ଆସନ୍ତା ନିର୍ବାଚନରେ କମିବ ବୁଥ ସଂଖ୍ୟା

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ମତଦାନ ପ୍ରକ୍ରିୟାରେ ସଂଶୋଧନ ହେବ । ଗ୍ରାମାଞ୍ଚଳରେ ଅନ୍ୟୁନ ୧୨୦୦ ଓ ସହରାଂଚଳରେ ୧୪୦୦ ଭୋଟରଙ୍କୁ ନେଇ ଗୋଟିଏ ଗୋଟିଏ ବୂଥ ହେବ । ଏହି ଅନୁସାରେ ରାଜ୍ୟରେ ଆସନ୍ତା ନିର୍ବାଚନରେ ବୁଥ ସଂଖ୍ୟା ହ୍ରାସ ପାଇବ । ଆସନ୍ତା ର୍ନିବାଚନକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସମ୍ପର୍କରେ ଆଜିଠୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଖୋର୍ଦ୍ଧା, ନୟାଗଡ଼, ରାୟଗଡା ଓ କୋରାପୁଟର ନିର୍ବାଚନ ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ତାଲିମ ପ୍ରକ୍ରିୟାରେ ସବୁ ଜିଲ୍ଲା ଅଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ ।

ଆସନ୍ତା ନିର୍ବାଚନ ପରି·ଳନା ପାଇଁ ଓଡିଶାକୁ ୯୬ହଜାର ଇଭିଏମ ପଠାଇବାକୁ ମୁଖ୍ୟ ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି । ଉଭୟ ବିଧାନସଭା ଓ ଲୋକସଭା ପାଇଁ ଏକାଠି ଭୋଟ ଗ୍ରହଣ ହେବାକୁ ଥିବାରୁ ସବୁ ଇଭିଏମରେ ଭିଭିପାଟ ରହିବ ବୋଲି ସହକାରୀ ନିର୍ବାଚନ ଅଧିକାରୀ କାଶୀନାଥ ସାହୁ କହିଛନ୍ତି । ଭୋଟ ଗ୍ରହଣ ପାଇଁ ଏବେ ରାଜ୍ୟରେ ୩୬ହଜାର ବୁଥ ଚିହ୍ନଟ କରାଯାଇଛି । କିନ୍ତୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବୁଥ ପରିଚାଳନା ହିସାବରେ ରାଜ୍ୟରେ ବୁଥ ସଂଖ୍ୟା ହ୍ରାସ ପାଇବ । କାରଣ ଏବେ କିଛି କିଛି ବୁଥରେ ଭୋଟର ସଂଖ୍ୟା ୪୦୦ରୁ ୬୦୦ ମଧ୍ୟରେ ରହିଛି । ତେଣୁ ୧୨ଶହରୁ କମ ଭୋଟ ଥିବା ବୁଥଗୁଡିକୁ ମିଶାଇ ଗୋଟିଏ ବୁଥ କରାଯିବ ।

ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପରିଚାଳନା ନେଇ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରୁ ଆଗୁଆ ନିର୍ବାଚନର ସଂକେତ ମିଳୁଛି ବୋଲି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସନ୍ଦେହ ପ୍ରକାଶ କରୁଛନ୍ତି । ତେଣୁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆଧାରରେ ରାଜନୈତିକ ଦଳଗୁଡିକ ମଧ୍ୟ ନିଜ ନିଜର ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ବିଜେଡି ଓ ବିଜେପି ଏଦିଗରେ ବହୁ ଆଗରେ ଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । ଗତ ଦୁଇ ଦିନ ହେଲା କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ତୃଣମୂଳ ସ୍ତରରେ ଲୋକଙ୍କ ସହ ସଂପର୍କ ଯୋଡିବାକୁ କଂଗ୍ରେସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

5 × 5 =