ନୂଆପଡ଼ା ଜିଲ୍ଲାରେ ୨ଜଣ ଛାତ୍ରୀ ଏ-ୱାନ

ନୂଅପଡ଼ା ଜିଲ୍ଲା ରେ ମେଟ୍ରିକ୍ ପରୀକ୍ଷା ପାସ୍ ହାର ୯୭.୫୬% ,ଦୁଇ ଜଣ ଛାତ୍ରୀ ଏ ୱାନ୍
ନୁଆପଡା: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କରୋନା ସଂକ୍ରମଣ ର ଭୟ ଯୋଗୁଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କ୍ୟାରିୟର୍ କୁ ନେଇ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ଙ୍କ ଅଶାନ୍ତ ମନରେ ଆଣିଛି ଅନେକ ଉତ୍ସାହ। ନୁଆପଡା ଜିଲ୍ଲା ରେ ଚଳିତ ବର୍ଷ ପାସ୍ ହାର ୯୭.୫୬ % ରହିଥିବା ବେଳେ ସମୁଦାୟ ୧୪୫ ଟି ସ୍କୁଲ୍ ର ମୋଟ ୧୧,୩୧୬ ଜଣ ପିଲା ପରୀକ୍ଷା ଦେଇ ୧୧,୦୪୦ ଜଣ ପାସ କରିଛନ୍ତି । ଜିଲ୍ଲା ରେ ଖଡିଆଳ ବ୍ଲକ୍ ଶିଶୁ ବିଦ୍ୟାମନ୍ଦିର ର ଦୁଇଜଣ ଛାତ୍ରୀ ରଞ୍ଜିତା ସାହୁ ୫୪୩ ଓ ଗାୟତ୍ରୀ କର ୫୪୦ ସର୍ବୋଚ୍ଚ ମାର୍କ ରଖି ଏ ୱାନ୍ ହେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି କି ଚଳିତ ବର୍ଷ ରାଜ୍ୟରେ କୌଣସି ବି ସ୍କୁଲରେ ରେଜଲ୍ଟ ଶୂନ ହୋଇନାହିଁ ।ତେବେ ପରୀକ୍ଷା ରେଜଲ୍ଟକୁ ନେଇ ଯେଉଁ ଛାତ୍ର ଛାତ୍ରୀମାନେ ଅସନ୍ତୁଷ୍ଟ ଥିବେ ସେମାନେ ଆସନ୍ତା ଜୁଲାଇ ୫ ତାରିଖରେ ପୁନର୍ବାର ଫର୍ମ ଫିଲପ କରି ପରୀକ୍ଷା ଦେଇ ପାରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

 

Share

Leave a Reply

Your email address will not be published. Required fields are marked *

9 − one =