ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ନୂଆ ସ୍କିମ ଆରମ୍ଭ କରାଯିବ ନାହିଁ

ନୂଆଦିଲ୍ଲୀ()  ଆସନ୍ତା ବଜେଟ୍‌ ପର୍ଯ୍ୟନ୍ତ ଟଙ୍କାଟିଏ ବି ଖର୍ଚ୍ଚ କରିବେନି କେନ୍ଦ୍ର ସରକାର। କେବଳ ଆତ୍ମନିର୍ଭର ଭାରତ ଯୋଜନା ଓ ଗରିବ କଲ୍ୟାଣ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ ହେବ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମାଡି ଆସୁଥିବା ଆଥିର୍କ ବିପତ୍ତିକୁ ମୁକାବିଲା କରିବାକୁ ଖର୍ଚ୍ଚ କାଟ୍‌ ହିଁ ଏକମାତ୍ର ବାଟ ବୋଲି କହିଛନ୍ତି ସରକାର। ଏଥିପାଇଁ ସବୁ ମନ୍ତ୍ରାଳୟକୁ ନୋଟିସ ପଠାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଧାପ୍ରାପ୍ତ ହେବ କି ବିକାଶମୂଳକ କାମ, ତାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ।

କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ଆଥିକ ସ୍ଥିତି ଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଖର୍ଚ୍ଚ କାଟ କରିବା ସହ ଚଳିତ ବର୍ଷ କେନ୍ଦ୍ରର କୌଣସି ଯୋଜନାରେ ସରକାର ଅର୍ଥ ଖର୍ଚ୍ଚ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସବୁ ମନ୍ତ୍ରାଳୟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ଯୋଜନା ପାଇଁ ସରକାର ଏଥର ଟଙ୍କାଟିଏ ବି ଖର୍ଚ୍ଚ କରିବେ ନାହିଁ । କେବଳ ଆତ୍ମନିର୍ଭର ଭାରତ ଯୋଜନା ଓ ଗରିବ କଲ୍ୟାଣ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ ହେବ । ଆସନ୍ତା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଖର୍ଚ୍ଚ କାଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଆଉ କୌଣସି ପ୍ରକାର ଆର୍ଥିକ ବୋଝ ନେବାକୁ ଚାହୁଁ ନାହାନ୍ତି କେନ୍ଦ୍ର ସରକାରା ଏଥିପାଇଁ କୌଣସି ଅର୍ଥ ଖର୍ଚ୍ଚ ହେଉଥିବା ଭଳି ଯୋଜନା ତିଆରି ନକରିବାକୁ ସବୁ ମନ୍ତ୍ରାଳୟକୁ ପରାମର୍ଶ ଦେଇଛି ଅର୍ଥ ମନ୍ତ୍ରାଳୟ ା ଦେଶର ଆଥିର୍କ ଅଭିବୃଦ୍ଧି ବତ୍ର୍ତମାନ ୩.୧ ଥିବା ବେଳେ ସରକାରଙ୍କର ଏହି ନିଷ୍ପତ୍ତି ଯୋଗୁଁ ଆଗକୁ ସୁଧାର ଆସିବ ବୋଲି ଆଶା କରାଯାଉଛି । ଲକ୍‌ଡାଉନ୍‌ ଯୋଗୁଁ ଅଭିବୃଦ୍ଧି ହାର ଗତ ୮ ବର୍ଷରେ ସବୁଠୁ ତଳକୁ ଖସି ଆସିଥିବା ଆକଳନ କରାଯାଇଛି । ପୂର୍ବରୁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ସାରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ଚଳିତ ବର୍ଷର ଶେଷ ଆଥିର୍କ ଘୋଷଣା ବୋଲି ସରକାର କହିଛନ୍ତି ।

୧୯୩୦ ମସିହା ପରଠୁ ବିଶ୍ୱ ପାଇଁ ବଡ ଆଥିକ ବିପତ୍ତି ମାଡୁ ଆସୁଛି ବୋଲି ଆକଳନ କରାଯାଉଛି । ଏଥିରୁ ବର୍ତ୍ତମାନ ପାଇଁ ଗୋଟିଏ ବାଟ, ଖର୍ଚ୍ଚ କାଟ୍‌ । ତେବେ ଆଜିର ଏହି ଘୋଷଣା ପରେ ରାଜ୍ୟ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କା କରାଯାଇଛି । ପୂର୍ବରୁ ଖର୍ଚ୍ଚ କାଟ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବନ୍ଦ କରିବା ସହ ସାଂସଦ ପାଣ୍ଠିକୁ ମଧ୍ୟ ବନ୍ଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × five =