ଜନ ସଚେତନତା ପାଇଁ ଅଭିନବ କ୍ୟାମ୍ପେନ : ବିକାଶ ରଥ

ଗଂଜାମ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି ମନ୍ତ୍ରର ଦୁଇଟି ମହତ୍ଵପୂର୍ଣ୍ଣ ଦିଗ – ସ୍ୱଚ୍ଛତା ଓ ଟେକ୍ନୋଲୋଜିକୁ ଗୁରୁତ୍ଵ ଦେଇ ଗଂଜାମ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବା ଡିଆରଡିଏ ନିଜର ଆଇଇସି କ୍ୟାମ୍ପେନକୁ ବିକାଶ ରଥ ନାମରେ ନାମିତ କରିଛନ୍ତି । ବିକାଶ ରଥ କ୍ୟାମ୍ପେନ ଦେଶରେ ପ୍ରଥମ ଏଭଳି ଅଭିଯାନ ହୋଇଥିବା ବେଳେ ଏହା ଜରିଆରେ ତୃଣମୂଳ ସ୍ତରରେ ଲୋକଙ୍କୁ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରିବାକୁ ଚେଷ୍ଟା କରାଯାଉଛି ।

ଏହି କ୍ୟାମ୍ପେନରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଓ ଟେକ୍ନୋଲୋଗିର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଗୋଷ୍ଠୀଗତ ଯୋଗାଯୋଗ ସହଜ ହେବ । ଏହି ଆଇଇସି କ୍ୟାମ୍ପେନରେ ଏଲିଡି ବ୍ୟବସ୍ଥା ରହିଛି । ଏହା ଜରିଆରେ ମନରେଗା, ଦକ୍ଷତା ବିକାଶ, ପାଇଖାନା ବ୍ୟବହାର ଆଦିକୁ ଫୋକସ ଦିଆଯାଉଛି ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ଗଞ୍ଜାମର ସମସ୍ତ 503ଟି ଗ୍ରାମପଞ୍ଚାୟତରେ ଏହି କ୍ୟାମ୍ପେନ ଚାଲିବ । ଏଥିପାଇଁ 3ଟି ବିକାଶ ରଥ ପ୍ରସ୍ତୁତ କରାଯାଇଛି । ପ୍ରତି ପଂଚାୟତରେ ବିକାଶ ରଥ ଅତିକମରେ 2 ଘଣ୍ଟା ବୁଲିବ । ଏହି ରଥ ସମ୍ପର୍କରେ ସୂଚନା ଦେଇ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ, ବିକାଶ ରଥର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଯୋଗଦାନ ଓ ମତାମତ ଜରିଆରେ ସୂଚନା ପ୍ରଦାନ ।

ଏହି କ୍ୟାମ୍ପେନ ଜରିଆରେ ମାନରେଗାରେ ଅଧିକ ଲୋକଙ୍କ ଯୋଗଦାନ, ଗ୍ରାମାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ଓ ପାଇଖାନା ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଏହା ଡିଆରଡିଏରେ ନୂଆ ଆପତ୍ତି ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯିବ । ସେହିଭଳି ବିକାଶ ରଥ ଓଏଲଏମ ଓ ଓରମାସ ଜରିଆରେ ଚାଲିଥିବା ଦକ୍ଷତା ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

fifteen − 9 =