ରାଜ୍ୟରେ ଲାଗୁ ହେବ ନୂଆ ସ୍ୱାସ୍ଥ୍ୟ ନୀତି

ଭୁବନେଶ୍ବର()   ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତି ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତର ପଦବୀ । ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରୁଛି ଡାକ୍ତର ଅଭାବ । ଏହି ସମସ୍ୟା ଦୂର କରିବାକୁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହି ନୀତି ଅନୁସାରେ ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ପାଠପଢା ସରିବା ପରେ ଏହି ଛାତ୍ରଛାତ୍ରୀ ପ୍ରଥମେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହେବେ ।

Share

Leave a Reply

Your email address will not be published. Required fields are marked *

seventeen − 3 =