ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର:  ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ପେଟ୍ରୋଲ ଓ ଡିଜେଲ୍ ଉପରୁ ଭାଟ୍ କମାଇଛନ୍ତି ରାଜ୍ୟ ସରକାର । ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର । ନୂଆ ଦର ୫ ତାରିଖ ମଧ୍ୟରାତିରୁ ଲାଗୁ ହେବ । ଭାଟ୍ ହ୍ରାସ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଇନ୍ଧନର ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଦୁର୍ଦ୍ଦଶା ଭୋଗୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ତ୍ୱରିତ ପଦକ୍ଷେପ ଖର୍ଚ୍ଚ ବୋଝ ହାଲକା କରିବ । କେନ୍ଦ୍ର ସରକାର ଗତକାଲି ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ।
ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ କରିବା ଫଳରେ ରାଜ୍ୟ ରାଜକୋଷ ଉପରେ ୧୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । ଏହାଛଡା କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଉପରୁ ଆଦାୟ କରାଯାଉଥିବା ଭାଟ୍ ସଂଗ୍ରହ ପ୍ରଭାବିତ ହୋଇ ପ୍ରାୟ ୭ଶହ କୋଟି ଟଙ୍କା କ୍ଷତି ହେବ । ସାମଗ୍ରିକ ଭାବେ ରାଜ୍ୟକୁ ୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ଥିଲେ ମଧ୍ୟ ସାଧାରଣ ଜନତା ଉପକୃତ ହେବେ । ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପାଇଁ ରାଜକୋଷ ଉପରେ ଆର୍ଥିକ ବୋଝ କିଛି ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପ୍ରମାଣ କରୁଛି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟସରକାର ଭାଟ କମାଇବା ପରେ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ଓ ଡିଜେଲ ୧୨ ଟଙ୍କା ଶସ୍ତା ହେବ ।

Share

Leave a Reply

Your email address will not be published. Required fields are marked *

four + two =