Friday, October 30, 2026
Latestରାଜ୍ୟ

ପ୍ଲାଜମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜରେ କୋଭିଡ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ସ୍ୱଳ୍ପ କେତେକ ରାଜ୍ୟମାନଙ୍କ କ୍ଲବରେ ଓଡ଼ିଶା ସାମିଲ ହୋଇପାରିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ ରାଜ୍ୟ ।

ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଓଡ଼ିଶାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ମୁଖ୍ୟମନ୍ତ୍ରୀ  କହିଛନ୍ତି “ମୁଁ ଓ ମୋ ସରକାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ଜୀବନ ହେଉଛି ସବୁଠାରୁ ମୂଲ୍ୟବାନ ଏବଂ ଆମର ଲୋକ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ମୁଁ ଘୋଷଣା କରିବାକୁ ଚାହେଁ ଯେ ଓଡ଼ିଶାର ଜନସାଧାରଣଙ୍କ ପାଇଁ ପ୍ଲାଜମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ।”
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ । ଏହା ହେଉଛି ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ ।

ରାଜ୍ୟର ଡାକ୍ତରମାନଙ୍କ ଦକ୍ଷତା ଓ ନିଷ୍ଠାକୁ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର କୋଭିଡ ସମୟରେ ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ କଠିନ ପରିଶ୍ରମ କରି ଲୋକଙ୍କୁ ଶ୍ରେଷ୍ଠ ସେବା ଯୋଗାଇ ଦେଉଛନ୍ତି ତାର ତୁଳନା ନାହିଁ । ଆମେ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ । ସ୍ୱେଚ୍ଛାକୃତ ଭାବରେ ୪ ଜଣ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିଲେ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । କୋଭିଡ ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ । ଏହା ଦ୍ୱାରା ଗୁରୁତର ରୋଗୀମାନଙ୍କ ଚିକିତ୍ସା କ୍ଷେତ୍ରରେ ଆମେ ବହୁତ ଅଗ୍ରଗତି କରିପାରିବୁ ବୋଲି ସେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

13 − ten =