ଏସସିବି ଭିତ୍ତିଭୂମିର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ

କଟକ() ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଦିନକୁ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଜନ୍ମ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଢ଼େ ୪କୋଟି ଓଡ଼ିଆଙ୍କ ପାଖରେ ମୁଁ ଋଣୀ । ଏହାସହ ବିଜୁ ବାବୁଙ୍କ ଜନ୍ମ ଏହି କଟକରେ ହୋଇଥିଲା । ତେଣୁ କଟକ ସହ ଆମ ପରିବାରର ସମ୍ପର୍କ ସ୍ୱତନ୍ତ୍ର ରହିଛି ।

ଏହାସହ ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଆମ ଲକ୍ଷ୍ୟ ରହିଛି । ଏସସିବି ଭିତ୍ତିଭୂମିର ବିକାଶ ଜରୁରୀ ରହିଛି ବୋଲି ସେ କହିଛନ୍ତି । ବିଜୁଙ୍କ ଜନ୍ମ ଦିନରେ ଭିତ୍ତିପ୍ରସ୍ତର କରି ବହୁତ ଖୁସି ବୋଲି ନବୀନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 12 =