ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକୁ ଏକ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯିବ

ଭୁବନେଶ୍ବର() କରୋନା ଠାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ ଉଲ୍ଲଂଘନ କଲେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏ ସଂପର୍କିତ ଏକ ଟ୍ୱିଟ୍ କରାଯାଇଛି।

ଏଥିରେ ଆହୁରି ଲେଖାଯାଇଛି ଯେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକୁ ଏକ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯିବ। ସାମାଜିକ ଦୂରତ୍ୱ ନ ମାନିଲେ ସଂପୃକ୍ତ ଦୋକାନ ଓ ବଜାରକୁ ସିଲ୍ ମଧ୍ୟ କରିଦିଆଯିବ। ଏହାସହ କରୋନା ବିରୋଧୀ ଲଢ଼େଇରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।

ସେହିପରି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ମନିଟରିଂ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତରଙ୍କ ସୁରକ୍ଷା କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × four =