ଡିଜାଷ୍ଟର ମ୍ୟାନେଜମେଣ୍ଟର ଗୁରୁ ନବୀନ

ପୁଣି ଜାତୀୟସ୍ତରରେ ହିରୋ ପାଲଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶକୁ ଦେଲେ ଦିଗଦର୍ଶନ । ଡିଜାଷ୍ଟର ମ୍ୟାନେଜମେଣ୍ଟର ଗୁରୁ ହେଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ମନ୍ତ୍ର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌-19 ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶକୁ ସୁରକ୍ଷା ମନ୍ତ୍ର ଦେଇଥିଲେ ନବୀନ । କରୋନା ପାଇଁ ଆତଙ୍କିତ ନହୋଇ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭିଡିଓ କନଫରେନ୍ସିଂରେ ଜଣାଇଥିଲେ ନବୀନ । ଶ୍ରମିକ ଓ କୃଷକଙ୍କ ପାଇଁ ସ୍ୱତନ୍ତ୍ର ସହାୟତା, ମନରେଗା ଓ ପିଏମ୍‌ କିଷାନ ଯୋଜନାରେ ଆଗୁଆ ଅନୁଦାନ ଯୋଗାଇ ଦେବାକୁ କହିଥିଲେ । ଏନେଇ କେନ୍ଦ୍ର ସରକାର ନବୀନଙ୍କୁ ପ୍ରଶଂସା କରିଥିଲେ ।

ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ ନବୀନଙ୍କ ଦୂରଦୃଷ୍ଟି ଦେଖି ତାଙ୍କୁ ଭିଜିଓନାରି ଲିଡର କହିଥିଲେ। ଏହାକୁ ନେଇ ପ୍ରବନ୍ଧ ଲେଖିଛନ୍ତି ଡକ୍ଟର ସତ୍ୟନାରାୟଣ ସାହୁ । ଏଥିରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ, ସ୍ୱାସ୍ଥ୍ୟଗତ ଓ ସାମାଜିକ ପଦକ୍ଷେପ ଉପରେ ଉଲ୍ଲେଖ ରହିଛି। କେନ୍ଦ୍ର ସରାକରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ଅଧିକ କରୋନା ଟେଷ୍ଟ ସେଣ୍ଟର ଖୋଲିବା କଥା କହୁଛନ୍ତି । ତେବେ ଏହା ହେଉଛି ନବୀନଙ୍କ ଦୂରଦୃଷ୍ଟି ।

Share

Leave a Reply

Your email address will not be published. Required fields are marked *

15 + 17 =