କରୋନା ଯୁଦ୍ଧରେ ବିଜୟର ଅଭିନନ୍ଦନ

ଭୁବନେଶ୍ୱର() ୯୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଦୁଇ ଜଣ ବ୍ୟକ୍ତି କରୋନାକୁ ହରାଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା କ୍ଷେତ୍ରେ ବୟସ୍କ ମଧ୍ୟରେ ମୃତ୍ୟୁହାର ଅଧିକା ରହୁଛି । ମାତ୍ର ଓଡ଼ିଶାର ଏହି ଦୁଇଜଣ ବରିଷ୍ଠ ବ୍ୟକ୍ତି କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ଉଭୟଙ୍କୁ ବୟସ ୯୧ ବର୍ଷ ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ କେନ୍ଦ୍ରପଡ଼ାର ଅଟନ୍ତି । ଉଭୟ ବ୍ୟକ୍ତି ସେପ୍ଟେମ୍ୱର ୫ ତାରିଖରେ କରୋନା ସଂକ୍ରମଣର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଉଭୟ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।

ତେବେ ଏମାନେ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଇଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଇଟରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚିଦାନନ୍ଦ ମହାନ୍ତି ଓ ଧିରେନ୍ଦ୍ର ନାଥ ଦାସ, ଉଭୟଙ୍କୁ କରୋନା ଯୁଦ୍ଧରେ ବିଜୟର ଅଭିନନ୍ଦନ । ଆପଣଙ୍କ ବିଜୟ କୋଭିଡ୍ ଯୋଦ୍ଧାଙ୍କର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ । ସେହିଭଳି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ପାଇଁ କୋଭିଡ୍ ଆକ୍ରାନ୍ତକୁ ଯେଉଁ ନୈତିକ ମନୋବଳ ବଢ଼ାଇବା ପାଇଁ ମଧ୍ୟ ଏହି ବିଜୟ ସହାୟକ ହେବ ।

Share

Leave a Reply

Your email address will not be published. Required fields are marked *

ten − 8 =