ମେ ୧ରୁ ବନ୍ଦ ହେବ ନନ୍ଦନକାନନ

ଭୁବନେଶ୍ୱର: ମେ ୧ରୁ ବନ୍ଦ ହେବ ନନ୍ଦନକାନନ । ମେ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ,ଟାଇଗର ସଫାରୀ, ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । କୋବିଦ ସଂକ୍ରମଣ ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି |

ସୂଚନା ଅନୁଯାୟୀ, ୨୦୨୦ରେ ଲାଗୁ ହୋଇଥିବା ଲକଡାଉନ୍ ପରେ ଗତ ଅକ୍ଟୋବର ୪ ତାରିଖରେ ଖୋଲିଥିଲା ନନ୍ଦନକାନନ। ଏହାର ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିଥିଲା। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮୧ଟି ପଜିଟିଭ୍ କେସ୍ ବାହାରିଥିବା ବେଳେ ୧୪ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ ସଂକ୍ରମଣ ବୃଦ୍ଧି ପାଉଛି ତ କେତେବେଳେ ସଂକ୍ରମଣ କମିବାରେ ଲାଗିଛି । ଏପରିକି ସଂକ୍ରମଣ ରୋକିବାକୁ ଅନେକ ଐତିହ୍ୟସ୍ଥଳୀକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ମେ ୧ରୁ ନନ୍ଦନକାନନକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ ନାହିଁ । ମେ ୧୫ ଯାଏଁ ଦର୍ଶକଙ୍କ ପାଇଁ ଏହି ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯିବ ।

Share

Leave a Reply

Your email address will not be published. Required fields are marked *

thirteen − 12 =