ସିନେମା ହଲ୍ ଖୋଲିବାକୁ ଅନୁମତି

ନୂଆଦିଲ୍ଲୀ()  ଡିସେମ୍ବର ମାସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଗାଇଡଲାଇନରେ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫ୍ୟୁୁ ଲଗାଇବାକୁ ରାଜ୍ୟମାନଙ୍କୁ କ୍ଷମତା ଦିଆଯାଇଛି । ଡିସେମ୍ବର ୧ରୁ ନୂଆ ଗାଇଡଲାଇନ୍ ଲାଗୁ ହେବ । କଣ୍ଟେନମେଣ୍ଟ ଜୋନରେ ଗାଇଡଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ ।

ସ୍ଥାନୀୟ ଅଞ୍ଚଳରେ କଟକଣା ଲାଗୁ କରିପାରିବେ ରାଜ୍ୟ ସରକାର । ସ୍ଥାନୀୟ ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ । କଣ୍ଟେନମେଣ୍ଟ ଜୋନ ଛଡା ଅନ୍ୟ ସ୍ଥାନରେ ଲକଡାଉନ ହୋଇପାରିବ ନାହିଁ । ଲକଡାଉନ ଲାଗୁ କରିବାକୁ କେନ୍ଦ୍ରଠାରୁ ଅନୁମତି ନେବାକୁ ପଡିବ । କଣ୍ଟେନମେଣ୍ଟ ଜୋନରେ ଝରକୁ ଝର ବୁଲି ସର୍ଭେଲାନ୍ସ କରାଯିବ । ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯିବ ।

ତେବେ ଏହି ନୂଆ ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ମିଳିଛି । ୫୦ ଜଣ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ ଓ ଥିଏଟର । କ୍ରୀଡାବିତଙ୍କ ପାଇଁ ସୁଇମିଂ ପୁଲ ଖୋଲା ରଖିବାକୁ ବି ଅନୁମତି ମିଳିଛି । କୌଣସି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ଏକାଠି ହେବାକୁ ମନା ହୋଇଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବ । ଏହା ସହ ସାମାଜିକ, କ୍ରୀଡା, ମନୋରଞ୍ଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଖୋଲିବାକୁ ଅନୁମତି ମିଳିବ । ବନ୍ଦ ଥିବା ଘରେ ଧାର୍ଯ୍ୟ ସିଟର ୫୦% ଦର୍ଶକଙ୍କୁ ନେଇ ଅନୁମତି ମିଳିବ । ଖୋଲା ଅଞ୍ଚଳରେସ୍ଥାନ ଦେଖି ଲୋକସଂଖ୍ୟା ସ୍ଥିର କରାଯିବ ।

Share

Leave a Reply

Your email address will not be published. Required fields are marked *

16 − fifteen =