ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍

ପାଟଣାଗଡ() ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ହୋଇଥିବା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ ପକ୍ଷରୁ ସୂଚନା ମିଳିଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ଲୁହା ରଡ୍, ଗଇଁତି, ଫାର୍ସା ଜବତ ହୋଇଛି । ୨ଟି ଲୁନା, ଗୋଟିଏ ବାଇକ୍, ୬ଟି ମୋବାଇଲ, ପେଟ୍ରୋଲ ଜବତ ହୋଇଛି । ପୋଲିସର ୫ଟି ଟିମ୍ ମିଳିତ ଅଭିଯାନ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ତେବେ ତେବେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ କୁସୁମପଡ଼ାରେ ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିଲା । ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଥିଲା। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ। ଘରେ ବୁଲୁ ଜାନି, ତାଙ୍କ ପତ୍ନୀ ଓ ୪ ନାବାଳକ ପିଲାଙ୍କୁ ହତ୍ୟା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

seven + 8 =