Friday, October 30, 2026
Latestରାଜ୍ୟ

ମା’କୁ ଛେଚି ହତ୍ୟା କଲା ପୁଅ

ପିଇଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ । କେତେବେଳେ କ’ଣ କରୁଛି ସେ ନିଜେ ବି ଜାଣିପାରେନି । ନିଶା ଯୋଗୁଁ ଅନେକ ସମୟରେ ଅପରାଧ ଘଟାଇଥାଏ । ସୁନ୍ଦରଗଡ଼ର ଦେଉଭୁବନପୁର ଗାଁରେ ଘଟିଛି ଏପରି ଏକ ଘଟଣା । ମଦ ପାଇଁ ମା’କୁ ମାରିଛି ପୁଅ ।
ମଦ ପିଇବାକୁ ଟଙ୍କା ନ ଦେବାରୁ ଜଣେ ଯୁବକ ଇଟାରେ ଛେଚି ମା’କୁ ହତ୍ୟା କରିଛି। ଏହି ଘଟଣା ବାଲିଶଙ୍କରା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି। କିଞ୍ଜିରକେଲା ଥାନା ଅନ୍ତର୍ଗତ ଦେଓଭୂବନପୁର ଗ୍ରାମର ସମାରୀ ବାର୍ଲା(୬୨) ନିଜ ପୁଅ ମହେଶ ବାର୍ଲା (୨୫) ସହିତ ରହୁଥିଲେ। ସମାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ । ଏହି ଅର୍ଥକୁ ମଦ ପିଇବା ପାଇଁ ଦେବାକୁ ସେ ସବୁବେଳେ ମା’ ସହିତ ଝଗଡ଼ା କରୁଥିଲା । ଗତକାଲି ରାତିରେ ମହେଶ ମଦ ପିଇ ଘରକୁ ଆସି ମା’କୁ ପୁଣି ମଦ ପିଇବାକୁ ଟଙ୍କା ମାଗିଥିଲା ।
ରାତି ବେଶି ହୋଇ ଗଲାଣି, କାଲି ନେବୁ କହି ମା’ ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହେଶ ଏକ ଇଟାରେ ମା’ର ମୁଣ୍ଡକୁ ବାରମ୍ବାର ଛେଚିଥିଲା । ଫଳରେ ଶୋଇଥିବା ଖଟରେ ହିଁ ସମାରୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ପଡୋଶୀଙ୍କ ଠାରୁ ଘଟଣା ସଂପର୍କରେ ଖବର ପାଇ କିଞ୍ଜିରକେଲା ଥାନା ଅଧିକାରୀ ବିଦେଶୀ ବାଘ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବ ଜବତ କରିବା ସହ ଅଭିଯୁକ୍ତ ମହେଶକୁ କାବୁ କରି ସେ ଥାନାକୁ ଆଣିଥିଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ମହେଶକୁ ଆଜି କୋର୍ଟଚାଲାଣ କରିଛି ।

Share

Leave a Reply

Your email address will not be published. Required fields are marked *

5 × 1 =