ପୁରୀରେ 2ଲକ୍ଷ 87 ହଜାର ପରିବାରକୁ ଘର ଭଙ୍ଗା ସହାୟତା

ଭୁବନେଶ୍ବର () ଅତି ଭୟଙ୍କର ବାତ୍ୟା ଫନିରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରେ ଘରଭଙ୍ଗା ସହାୟତା ପ୍ରଦାନ ପାଇଁ ରାଜ୍ୟ ରାଜକୋଷରୁ 197 କୋଟି 59 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ପୁରୀ ଜିଲ୍ଲାପାଳ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଦାନ କରିବେ ।

ପୁରୀରେ ଫନୀ ପ୍ରଭାବରେ 2 ଲକ୍ଷ 87 ହଜାର 762 ପରିବାରର ଘରଦ୍ବାର ଭାଙ୍ଗିଯାଇଥିଲା । 9059ଟି କଚ୍ଚା ଓ ପକ୍କା ଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ 1ଲକ୍ଷ 4 ହଜାର 715ଟି ଘର ଅତି ପ୍ରଭାବିତ ହୋଇଥିଲା । 1 ଲକ୍ଷ 13 ହଜାର 221ଟି ପକ୍କା ଘର ଓ 49ହଜାର 529ଟି କଚ୍ଚା ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । 2178ଟି କୁଡିଆ ଓ 1ଲକ୍ଷ 19 ହଜାର 694ଟି ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାିଛି ।

ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପାଣ୍ଠିର କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ଅନୁଯାୟୀ ସମ୍ପୁର୍ଣ୍ଣ ବା ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଓ ପକ୍କା ଘର ପାଇଁ 95ହଜାର 100 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ 5200 ଟଙ୍କା ଓ କଚ୍ଚା ଘର ପାଇଁ 3200 ଟଙ୍କା ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ହୋଇଥିବା କୁଡିଆ ଘର ପାଇଁ 4100 ଟଙ୍କା ଗୁହାଳ ଘର ପାଇଁ 2100 ଟଙ୍କା ପ୍ରଦାନ କରାଯିବ । ଏହି ସହାୟତା ରାଶି ପର୍ଯ୍ୟାୟ କ୍ରମେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ ।

ତଦନୁଯାୟୀ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଓ ପକ୍କା ଘର ପାଇଁ ପ୍ରଥମ ପର୍ଯ୍ୟାୟରେ 20ହଜାର ଟଙ୍କା, ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଓ କଚ୍ଚା ଘର ପାଇଁ 10ହଜାର ହଜାର ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ପୂରା ସହାୟତା ରାଶି ଅର୍ଥାତ 5200 ଟଙ୍କା ଏବଂ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ 3200 ଟଙ୍କା ସହାୟତା ଦିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

5 × four =