ବଢିଲା ପଂଚାୟତର ଦାୟିତ୍ୱ

ଭୁବନେଶ୍ୱର () ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ବଢିଲା ପଂଚାୟତର କ୍ଷମତା ଓ ଦାୟିତ୍ୱ । ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନଓାଡି କେନ୍ଦ୍ରର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ୧୯ଟି ବିଭାଗର ୨୧ଟି କ୍ଷମତା ପଂଚାୟତକୁ ହସ୍ତାନ୍ତର ହୋଇଥିଲା । ଆଜି କ୍ୟାବିନେଟ ବୈଠକରେ ପଂଚାୟତକୁ କ୍ଷମତା ହସ୍ତାନ୍ତର ସମ୍ପର୍କିତ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।

ପଂଚାୟତକୁ କ୍ଷମତା ହସ୍ତାନ୍ତର ସମେତ ମୋଟ ୮ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ଦେଇଛି । ପଂଚାୟତକୁ ଅଧିକ କ୍ଷମତା ହସ୍ତାନ୍ତର ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଥିଲା । ଏହାଦ୍ୱାରା ରାଜ୍ୟରେ ପଂଚାୟତଗୁଡିକ ଅଧିକ କ୍ଷମତାଶାଳୀ ଓ ପ୍ରଭାବୀ ହୋଇପାରିବେ । ଏଥିସହିତ ଆଉ ୭ଟି ପ୍ରସ୍ତାକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି ।

ସେହିଭଳି ନଦୀ ଜଳ ଉତ୍ସରେ ଜଳ ସଂରକ୍ଷଣ ଏବଂ ଅଚଳ ଉଠାଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି । ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଅନୁଷ୍ଠାନକୁ ରାଜ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆହ୍ୱାନ କରାଯିବ । ଏଥିପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଏହି ଗାଇଡଲାଇନକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି । କେନାଲ ଲାଇନିଂ ଓ ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ ସମ୍ପର୍କିତ ଦୁଇଟି ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି ।

Share

Leave a Reply

Your email address will not be published. Required fields are marked *

nine − 8 =