ମୋ ସରକାରରେ ଆଉ ୫ ବିଭାଗ

ଭୁବନେଶ୍ୱର() ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ ।  ବିଦ୍ୟାଳୟ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା ଏବଂ ବିଜ୍ଞାନ ଓ କାରୀଗରି ବିଭାଗ। ଏହି ୫ଟି ବିଭାଗ ସହ ମୋଟ୍ ୨୭ଟି ବିଭାଗ ଏବେ ‘ମୋ ସରକାର’ରେ ସାମିଲ୍ ହୋଇଛି।

ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ବିଭାଗଗୁଡିକ ମୋ ସରକାରରେ ସାମିଲ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ଓ ପୂରଣ କରିବା ହେଉଛି ସରକାରୀ କର୍ମଚାରୀଙ୍କ କାମ। ଏହା ସରକାର ପ୍ରାଥମିକ ଦାୟିତ୍ବ। ସବୁ ବିଭାଗ ଏ ସମ୍ପର୍କରେ ନିଜ ନିଜ ଅଧିକାରୀମାନଙ୍କୁ ଆବଶ୍ୟକ ତାଲିମ ଦେବା ସହ ଉପଯୁକ୍ତ ମତାମତ ଗ୍ରହଣ ବ୍ୟବସ୍ଥା କରିବା ଆବଶ୍ୟକ। କର୍ମଚାରୀଙ୍କ ମଧ୍ୟରେ ମୋ ସରକାର ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟତା ଆଣିବା ପାଇଁ ତାଲିମ୍ କାର୍ୟ୍ୟକ୍ରମର ଆବଶ୍ୟକତା ରହିଛି। ଏହି ବ୍ୟବସ୍ଥାର ମୂଳ ଆଧାରକୁ କର୍ମଚାରୀମାନେ ବୁଝିଲେ ସେହି ଅନୁଯାୟୀ କାମ କରିବାରେ ସହଜ ହେବ। ଆମ ସମ୍ବିଧାନ ‘ଉଇ ଦି ପିପୁଲ୍’ରୁ ଆରମ୍ଭ ହୋଇଛି। ଏ ଦେଶର ମହାନ ଜନତା ଆମକୁ ସମ୍ବିଧାନ ଦେଇଛନ୍ତି ଏବଂ ସେମାନଙ୍କ ତରଫରୁ ଶାସନ ଚଳାଇବା ପାଇଁ ଦାୟିତ୍ବ ଦେଇଛନ୍ତି । ଆମେ ‘ସେମାନେ ନୁହେଁ’, ଆମେ ‘ସେମାନଙ୍କ ପକ୍ଷରୁ’। ଲୋକମାନେ ଆମକୁ ଦେଇଥିବା ନିର୍ଦ୍ଦିଷ୍ଟ ଦାୟିତ୍ବକୁ ନିର୍ବାହ କରିବା ପାଇଁ ଆମେ ବାଧ୍ୟ। ଏ ସମ୍ପର୍କରେ ଆମେ ସମସ୍ତେ ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି। ‘ମୋ ସରକାର’ରେ ସାମିଲ୍ ହୋଇଥିବା ବିଭିନ୍ନ ବିଭାଗର ମନ୍ତ୍ରୀମାନେ ନିଜ ନିଜ ବିଭାଗରେ ମୋ ସରକାର ସଫଳତାର ସହ କାର୍ୟ୍ୟ କରିବ ବୋଲି କହିଥିଲେ।

Share

Leave a Reply

Your email address will not be published. Required fields are marked *

4 × 1 =