Latestରାଜ୍ୟ

ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ କରିବା ପାଇଁ “ମୋ ସରକାର’ଏକ ବଳିଷ୍ଠ ପଦକ୍ଷେପ

ଭୁବନେଶ୍ୱର()  ରାଜ୍ୟର କୃଷକମାନଙ୍କର ଆୟ ବୃଦ୍ଧିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗକୁ ତ୍ରୁଟିଶୂନ୍ୟ ଏବଂ ଏକ ପ୍ରଗତିଶୀଳ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ । ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟରେ ମାଛ, ମାଂସ, ଅଣ୍ଡା ଓ ଦୁଟ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଉତ୍ପାଦନ ବୃଦ୍ଧି କରି ରାଜ୍ୟକୁ ଆତ୍ମନିର୍ଭରଶୀଳ ସହିତ ବଳକା ରାଜ୍ୟରେ ପରିଣତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅଧିକ ଫଳପ୍ରଦ କରିବା ଦିଗରେ “ମୋ ସରକାର’ ଏକ ବଳିଷ୍ଠ ଉଦ୍ୟମ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।

“ମୋ ସରକାର’ କାର୍ୟ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ଆଗାମୀ ଦିନରେ ସାମିଲ କରାଯାଉଥିବା ପରିପ୍ରେକ୍ଷୀରେ କୃଷି ଭବନଠାରେ “ମୋ ସରକାର’ର କାର୍ୟ୍ୟକାରିତା ସମ୍ବନ୍ଧୀୟ କୃଷି ଭବନଠାରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ସାହୁ କହିଲେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ ୫”ଟି’ କାର୍ୟ୍ୟକ୍ରମ ଅଧୀନରେ “ମୋ ସରକାର’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ।

ସରକାରୀ ସଂସ୍ଥାଗୁଡ଼ିକ ଅଧିକ ଦକ୍ଷ ଓ କି୍ରୟାଶୀଳ କରିବା ପାଇଁ “ମୋ ସରକାର’ଏକ ବଳିଷ୍ଠ ପଦକ୍ଷେପ । ଫୋନ୍ କଲ୍ ମାଧ୍ୟମରେ ଜନସାଧାରଣଙ୍କ ମୂଲ୍ୟବାନ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନମାନଙ୍କର ଉତ୍ତରଦାୟିତ୍ୱକୁ ବୃଦ୍ଧି କରିବାରେ ସହାୟକ ହେବା ଅନୁକୂଳ ମତାମତ ଭିତ୍ତିରେ ଅନୁଷ୍ଠାନ ଓ କର୍ମଚାରୀଙ୍କୁ ଭଲ ର୍ୟାଙ୍କ ଦିଆଯିବା ସହିତ ପ୍ରତିକୂଳ ମନ୍ତବ୍ୟ ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସରକାରୀ ଅଫିସ୍ରେ ଫାଇଲକୁ ଧାର୍ୟ୍ୟ ସମୟ ମଧ୍ୟରେ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହିତ ନୋଡାଲ ଅଫିସରମାନେ ଜିଲ୍ଲାଗସ୍ତ ସମୟରେ କାର୍ୟ୍ୟାଳୟର ଫାଇଲ କାର୍ୟ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପାଦନ ସମ୍ପର୍କରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ କହିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରି ବଜେଟ୍ରେ ଅଧିକ ଅର୍ଥ ବରାଦ କରୁଛନ୍ତି ।ମୋ ସରକାର କାର୍ୟ୍ୟକ୍ରମ ସାମଗ୍ରିକ ଭାବରେ ବିଭାଗର କାର୍ୟ୍ୟଦକ୍ଷତାକୁ ମପାଯିବାର ବ୍ୟବସ୍ଥା କରାଯାଇଛିା ସରକାରୀ କାର୍ୟ୍ୟ ସଂପାଦନରେ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ବୃଦ୍ଧି ପାଇବା “ମୋ ସରକାର’ର ସଫଳ ରୂପାୟନ ଦିଗରେ ଜିଲ୍ଲାସ୍ତରରେ ଫେବୃଆରୀ ୨୦ ତାରିଖ ସୁଦ୍ଧା କ୍ଷେତ୍ର ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ୟ୍ୟ ସମ୍ପନ୍ନ କରିବା ପାଇଁ କହିଥ୰ଲେ । ଏଥ୰ ସହିତ ସମସ୍ତ ଜିଲ୍ଲା କାର୍ୟ୍ୟାଳୟରେ “ମୋ ସରକାର’ ସଂପର୍କିତ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଏନ୍.ତିରୁମାଲା ନାୟକ ପ୍ରମୁଖ “ମୋ ସରକାର’ କାର୍ୟ୍ୟକ୍ରମରେ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥ୰ଲେ । ଏହି କାର୍ୟ୍ୟକ୍ରମରେ ସମସ୍ତ ଜିଲ୍ଲାର ସିଡିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅ୰କାରୀମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − two =