ବିଧାନସଭାରେ ସାମ୍ବାଦିକ ମାନଙ୍କ ପ୍ରବେଶ ନିଷେଧ

ଭୁବନେଶ୍ୱର() ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ । ଏହି ଦୂରତା ରକ୍ଷା କରି ବିଧାୟକମାନେ ବିଧାନସଭାରେ ବସିବେ ।

ବିଧାୟକମାନେ ବସିବା ପାଇଁ ଦର୍ଶକ ଓ ସାମ୍ବାଦିକ ଗ୍ୟାଲେରୀର ବ୍ୟବହାର କରାଯିବ । ବୈଠକ ସମୟରେ ସାଧାରଣ ଲୋକ ଭିତରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଏମିତିକି ବୈଠକ ସମୟରେ ସାମ୍ବାଦିକମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହିଭଳି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ବିଧାନସଭାର ସମସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିଆଯିବ । ଗଣମାଧ୍ୟମକୁ ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି କହିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ।

ଅନ୍ୟପଟେ ବିଧାନସଭାରେ ବିଧାୟକ ମାନେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଏହାସହ ଚଳିତ ମାସରେ ହେବାକୁ ଥିବା ବିଭିନ୍ନ କମିଟିର ସମସ୍ତ ବୈଠକକୁ ବାଚସ୍ପତି ବାତିଲ କରିଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + 6 =