Friday, October 30, 2026
Latestରାଜ୍ୟ

ଅଗ୍ନି-୧ ପ୍ରାଇମ ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ

ଭୁବନେଶ୍ୱର : ଅଗ୍ନି-୧ ପ୍ରାଇମ ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ । ଚାନ୍ଦିପୁର ୪ନଂ ଲଞ୍ଚପ୍ୟାଡ୍ରୁ ୧୦.୫୫ ମିନିଟ୍ରେ ପରୀକ୍ଷଣ କରାଯାଇଛି । ଲକ୍ଷଭେଦ କ୍ଷମତା ହଜାରେରୁ ଦେଢ଼ ହଜାର କିଲୋମିଟର । ହଜାର କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହା ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍ କମାଣ୍ଡ ଫୋର୍ସ ଏକାଧିକ ଥର ଏହାର ସଫଳ ବ୍ୟାବହାରିକ ପରୀକ୍ଷଣ କରିଛି। ଅଗ୍ନି-୧ ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି। ଏହି କ୍ଷୀପ୍ର ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଦେଇଛି। ଅବଦୁଲ କଲାମ୍ ଦ୍ବୀପ ସମେତ ସମୁଦ୍ରରେ ତଟରକ୍ଷୀ ବାହିନୀ ପକ୍ଷରୁ କଡ଼ା ପହରା ଜାରି ରହିଛି। ପାଗ ଅନୁକୂଳ ରହିଲେ ଆଜି ଏହି ପରୀକ୍ଷଣ ହେବ କିମ୍ବା ତା ପରଦିନ ହେବ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

1 × five =