୨୦୪୧ ପର୍ଯ୍ୟନ୍ତ ଟ୍ୱିନସିଟିରେ ଗଡିବନି ମେଟ୍ରୋ ଟ୍ରେନ

ଭୁବନେଶ୍ୱର: ବିଧାନସଭା ଗୃହରେ ଉଠିଲା ଟ୍ୱିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବୃତି ରଖିଛନ୍ତି । ଭୁବନେଶ୍ୱର-କଟକ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଏବେ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ଭୁବନେଶ୍ୱର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ କରାଯାଇ ଟେଣ୍ଡର ହୋଇଥିଲା ।ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ । ଏଥିରେ ଵାଲାଜି ରେଲ ଆଣ୍ଡ ରୋଡ଼ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ହୋଇଥିବା ସର୍ଭେ ଆମେ ଖୋର୍ଦ୍ଧା ଓ ଜଟଣୀ ପର୍ୟ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ ।

ପୁଣି ଥରେ ସର୍ଭେ କରିବା ପାଇଁ ଆମେ ଦାବି କରିବୁ । କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍‌ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯିବ ।୨୦୪୧ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ପ୍ରଦାନ କରିଛନ୍ତି |

Share

Leave a Reply

Your email address will not be published. Required fields are marked *

15 + seven =