ମେଟ୍ରିକ ମାର୍କକୁ ନେଇ ଅସନ୍ତୋଷ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପିଲାମାନେ ଶିକ୍ଷକଙ୍କୁ ଘେରିଥିବା ମଧ୍ୟ ନଜରକୁ ଆସିଛି । ପିଲାଙ୍କ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକମାନେ । ଅଧିକ ମାର୍କ ରଖିଥାନ୍ତେ ବୋଲି କହିଛନ୍ତି ଅଭିଭାବକ । ବୋର୍ଡ ଦେଇଥିବା ମାର୍କରେ ତ୍ରୃଟିଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି । ସେପଟେ ସମୀକ୍ଷା କରିବା ନେଇ ଡିଇଓଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

Share

Leave a Reply

Your email address will not be published. Required fields are marked *

four + 13 =