ମହାପ୍ରଭୁଙ୍କ ଦର୍ଶନ ପରେ ହିଂସାକୁ ନେଇ ଏମିତି କହିଲେ ମମତା

ଭୁବନେଶ୍ୱର() ଆସନ୍ତା ୨୮ରେ ଭୁବନେଶ୍ୱରରେ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଯୋଗ ଦେବା ଲାଗି ମମତା ଗତକାଲି ରାତିରେ ଭୁବନେଶ୍ୱର ଆସିଥିଲେ। ଆଜି ଶ୍ରୀମନ୍ଦିର ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମମତା ପ୍ରତିକି୍ରୟା ଦେଇ କହିଥିଲେ, “ମୁଁ ଜଗନ୍ନାଥଙ୍କର ପରମ ଭକ୍ତ। ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ମନୁଷ୍ୟ ମଧ୍ୟରେ କିଛି ହିଂସା ଓ ବିବାଦ ନରହିବା ପାଇଁ ଠାକୁରଙ୍କୁ ଡାକିଲି। ସାରା ଭାରତବାସୀ ଆମେ ସମସ୍ତେ ଭାଇ-ଭାଇ ଭଳି ରହିବା।”
ମମତା ଦିଲ୍ଲୀରେ ହେଉଥିବା ହିଂସାକୁ ନେଇ କହିଛନ୍ତି, “ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ।”

Share

Leave a Reply

Your email address will not be published. Required fields are marked *

5 × four =