ଆଇପିଏସ ସ୍ତରରେ ବଡ ପରିବର୍ତ୍ତନ, ସୁଧାଂଶୁ ଷଢଙ୍ଗୀ ନୂଆ ପୋଲିସ କମିଶନର

ବଦଳିଲେ ୧୦ ଜିଲ୍ଲାର ଏସପି

ଭୁବନେଶ୍ୱର () ବିଜୟ କୁମାର ଶର୍ମା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ନିଜସ୍ୱ ଟିମ ଗଠନ କରିଛନ୍ତି । ଏଥିପାଇଁ ଆଜି ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଏହିକ୍ରମରେ କଟକ-ଭୁବନେଶ୍ୱର ପୋଲିସ କମିଶନର ମଧ୍ୟ ବଦଳିଛନ୍ତି । ୩୯ଜଣ ଆଇପିଏସଙ୍କ ଦାୟିତ୍ୱ ବଦଳିଥିବା ବେଳେ ଏକାଧିକ ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି ହୋଇଛି ।

କଟକ-ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଟ୍ୱିନସିଟିର ପୋଲିସ କମିଶନର ଭାବେ ୧୯୯୦ ବ୍ୟାଚର ଆପିଏସ ସୁଧାଂଶୁ ଷଢଙ୍ଗୀ ଅବସ୍ଥାପିତ କରାଯାଇଛି । ଜେଲ ବିଭାଗର ଅତିରିକ୍ତ ଡିଜି ମହେନ୍ଦ୍ର ପ୍ରତାପଙ୍କୁ ଓଡିଶା ପ୍ରିଣ୍ଟି ପ୍ରେସର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଅତିରିକ୍ତ ଡିଜି ଅପରେସନ ଆର.ପି. କୋଚେଙ୍କୁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଭାବେ ବଦଳି କରାଯାଇଛି । ୧୯୯୮ ବ୍ୟାଚ ଆଇପିଏସ ଅଫିସର ରାଜେଶ କୁମାରଙ୍କୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି ।

ସେପଟେ ଏଚଆରପିସି ଡିଆଇଜି ଦପ୍ତେଶ କୁମାର ପଟ୍ଟନାୟକଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଦକ୍ଷୀଣାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ଦକ୍ଷୀଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ପୋଲିସ ହେଡକ୍ୱାଟରରେ ଥିବା ଡିଆଇଜି ଶେଫେନ ଅହମ୍ମଦ କେଙ୍କୁ ଦକ୍ଷୀଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବଦଳି କରାଯାଇଛି । ପୂର୍ବାଞ୍ଚଳ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଆଇଜି ପର୍ସୋନେଲ ଭାବେ ବଦଳି କରାଯାଇଛି । ଏସଆଇଡବ୍ଲୁ ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଇଓଡବ୍ଲୁ ଆଇଜି ଭାବେ ବଦଳି କରାଯାଇଛି । ଛୁଟିରୁ ଫେରିବା ପରେ ୧୯୯୮ ବ୍ୟାଚ ଆଇପିଏସ ଏନ.ବି. ଭାରତୀଙ୍କୁ ଏଚଆରପିସି ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ସେହିଭଳି ସ୍ୱତନ୍ତ୍ର ସଶସ୍ତ୍ର ବାହିନୀର ଆଜି ଅମିତାଭ ଠାକୁରଙ୍କୁ ଆଇଜି ଅପରେସନ ଭାବେ ବଦଳି କରାଯାଇଛି । ଆଇଜି ପର୍ସୋନେଲ ପି.ଏସ.ରଣପିସେଙ୍କୁ ଆଇଜି ଭିଜିଲାନ୍ସ ଭାବେ ବଦଳି କରାଯାଇଛି । ୧୯୯୭ ଆଇପିଏସ ରେଖା ଲୋହାନିଙ୍କୁ ଆଜି ଆଧୁନିକିକରଣ ଭାବେ ବଦଳି କରାଯାଇଛି । ଆଇଜି ହେଡକ୍ୱାଟରଙ୍କୁ ଅସିତ କୁମାର ପାଣିଗ୍ରାହୀଙ୍କୁ ଆଇଜି ହୋମଗାର୍ଡ ଓ ଫାୟାର ସର୍ଭିସ ଭାବେ ବଦଳି କରାଯାଇଛି । ଦକ୍ଷୀଣାଞ୍ଚଳ ଆଇଜି ଜତିନ୍ଦ୍ର କୋଏଲଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀର ଆଇଜି ଭାବେ ବଦଳି କରାଯାଇଛି । ଏସଓଜି କମାଣ୍ଡାଣ୍ଟ ଅନିରୁଦ୍ଧ କୁମାର ସିଂହଙ୍କୁ ଏଆଇଡବ୍ଲୁର ଭାରପ୍ରାପ୍ତ ଡିଆଇଜି ଭାବେ ବଦଳି କରାଯାଇଛି । ନୂଆପଡା ଏସପି ପାରମର ପୁରୁଷୋତ୍ତମ ଦାସଙ୍କୁ ମୟରୁଭଂଜ ଏସପି ଭାବେ ବଦଳି କରାଯାଇଥିବା ବେଳେ ବଲାଙ୍ଗିର ଏସପି ମୁକେଶ କୁମାର ଭାମୋଙ୍କୁ କୋରାପୁଟ ଏସପି ଭାବେ ଏବଂ ବାଲିଗୁଡା ଏସଡିପିଓ ଭିନିତ ଅଗ୍ରଓାଲଙ୍କୁ ନୂଆପଡାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି ।

ଜୟପୁର ଏସଡିପିଏ ସାଗରିକା ନାଥଙ୍କୁ ଭାରପ୍ରାପ୍ତ କଟକ-ଭୁବନେଶ୍ୱର କମିଶନରେଟ ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଛି । କୋରାପୁଟ ଏସପି କୁଅଁର ବିଶାଲ ସିଂହଙ୍କୁ ସମ୍ବଲପୁର ଏସପି ଭାବେ, ମୟୁରଭଂଜ ଏସପି ଭାବେ ଅଶ୍ୱିନୀ କୁମାରଙ୍କୁ ଇଓଡବ୍ଲୁ ଏସପି ଭାବେ, ମାଲକାନଗିରି ଏସଡିପିଓ ଖିଲାରୀ ରିଶିକେଶ ଦ୍ୟାନଦେଓଙ୍କୁ ଭାରପ୍ରାପ୍ତ ମାଲକାନଗିରି ଏସପି ଭାବେ, ଭୁବେଶ୍ୱର ହେଡକ୍ୱାଟର ଡିସିପି ପଦ୍ମିନୀ ସାହୁଙ୍କୁ ବରଗଡ ଏସପି ଭାବେ ବଦଳି କରାଯାଇଛି । ରାଉଲକେଲା ଭାରପ୍ରାପ୍ତ ଏସଆରପି ଅଜୟ ପ୍ରତାପ ସ୍ୱାଇଁଙ୍କୁ ଖୋର୍ଦ୍ଧାର ଭାରପ୍ରାପ୍ତ ଏସପି ଭାବେ ବଦଳି କରାଯାଇଛି । କମିଶନରେଟ ପୋଲିସରେ ଅତିରିକ୍ତ ଡିସିପି ତ୍ରିନାଥ ପଟେଲଙ୍କୁ ରାଉଲକେଲାର ଭାରପ୍ରାପ୍ତ ଏସଆରପି ଭାବେ, ବୌଦ୍ଧ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ, ଭିଜିଲାନ୍ସ ଏସପି ଆର.ପ୍ରକାଶଙ୍କୁ ଜଗତସିଂହପୁର ଏସପି, ରାୟଗଡାର ଅତିରିକ୍ତ ଏସପି ଓାଇ. ରଘୁନାଥ ରାଙ୍କୁ ବୌଦ୍ଧର ଭାରପ୍ରାପ୍ତ ଏସପି ଭାବେ, ମାଲକାନଗିରି ଏସପି ଜଗମୋହନ ମୀନାଙ୍କୁ ଅନୁଗୁଳ ଏସପି ଭାବେ, ବଲାଙ୍ଗିର ଏସପି କେ. ଶିବ ଶୁବ୍ରମଣୀଙ୍କୁ ରାଉଲକେଲା ଏସପି ଭାବେ, ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ କେନ୍ଦୁଝର ଏସପି ଭାବେ, ରାଉଲକେଲା ଏସପି ଡକ୍ଟର ସାର୍ଥକ ଷଢଙ୍ଗୀଙ୍କୁ ଭିଜିଲାନ୍ସ ଏସପି ଭାବେ ଏବଂ କ୍ରାଇମବ୍ରାଞ୍ଚ ଏସପି ଏମ. ସନ୍ଦିପ ସମ୍ପତଙ୍କୁ ବଲାଙ୍ଗିର ଏସପି ଭାବେ ବଦଳି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × five =