ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମାଟିତଳୁ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର

ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାର ଖୋଲୁଛି ରହସ୍ଯ। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ଜେସିବି ଦ୍ୱାରା ମାଟିତଳୁ ଏକ ଗଳିତ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ତେବେ ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ତାହା ଜଣାପଡ଼ିନାହିଁ। ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ମୃତଦେହଟିର ଡିଏନଏ ଟେଷ୍ଟ ମଧ୍ଯ କରାଯିବ ବୋଲି ସୂଚନା ମିଳିଛି ।

 
୧୧ ଦିନ ପରେ ବି ମିଳୁନି ମହାଳିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପତ୍ତା । ତଦନ୍ତ ପାଇଁ ମହାଳିଙ୍ଗ ସ୍ଥିତ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ନିର୍ମାଣଧୀନ ଷ୍ଟାଡିୟମରେ ନିୟୋଜିତ ଥିବା ଜେସିବି ଅପରେଟରକୁ ମଧ୍ୟ ମଧ୍ୟ ପୋଲିସ ପଚରାଉଚରା କରିଛି । ଅଘଟଣ ସନ୍ଦେହରେ ଖେଳପଡିଆ ଯାଞ୍ଚ କରାଯାଇଥିଲା। ପୋତାଯାଇଥିବା ମାଟିକୁ ଖୋଳିବା ପାଇଁ ଏକ ଜେସିବି ଅଣାଯାଇଥିଲାଛି। ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରାଯାଇଛି।
Share

Leave a Reply

Your email address will not be published. Required fields are marked *

4 − two =