ମହଙ୍ଗା ହେଲା ଏପିଜି ଗ୍ୟାସ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ରୋକ । ପୁଣି ଏଲପିଜିର ଦାମ ବଢ଼ିଛି । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ ୧୦ ଟଙ୍କା ଶସ୍ତା ହୋଇଥିଲା ବିନା ସବସିଡିଯୁକ୍ତ ସିଲିଣ୍ଡର ଦାମ୍ । ତେବେ ମେ ଓ ଜୁନରେ ବଢ଼ି ନଥିଲା । ସେହିପରି କୋଲକାତାରେ ବର୍ଦ୍ଧିତ ଦର ଲାଗୁ ପରେ ଏଲପିଜି ସିଲିଣ୍ଡର ଦାମ୍ ୮୬୧ ଓ ମୁମ୍ବାଇରେ ୮୩୪ରୁ ୮୫୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀର ଚଳିତବର୍ଷ ଏଲପିଜି ସିଲିଣ୍ଡର ଦାମରେ ୧୩୮ ଟଙ୍କା ବୃଦ୍ଧି ହୋଇଛି । ଚଳିତବର୍ଷ ଜାନୁଆରୀ ୧ ତାରିଖରେ ଦାମ୍ ଥିଲା ୬୯୪ ଟଙ୍କା । ଆଜି ୮୩୪ ଟଙ୍କାରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

2 + 3 =