ହାଇକୋର୍ଟ ବେଂଚ ଦାବିରେ ଲଣ୍ଡା ହେଲେ ଓକିଲ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂାଦାବି ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଗତ ୩ଦିନ ହେଲା ବଲାଙ୍ଗୀରରେ ଏ ନେଇ ବନ୍ଦ ପାଳନ ଯୋଗୁଁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଆନେ୍ଦାଳନ ଆଜି ଏକ ନୂଆ ରୂପ ନେଇଛି । ଏହି ଦାବି ପୂରଣ କ୍ଷେତ୍ରରେ ସରକାରଙ୍କ ଅବହେଳାର ପ୍ରତିବାଦ କରି ବଲାଙ୍ଗୀରର ବହୁ ଆଇନଜୀବି ଲଣ୍ଡା ହୋଇଛନ୍ତି । ଏହି ଆନେ୍ଦାଳନ ଆସନ୍ତା ୧୦ତାରିଖ ଯାଏଁ ଚାଲିବ ବୋଲି ବଲାଙ୍ଗୀର ଓକିଲ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲିଠୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ୟ୍ୟ ବନ୍ଦ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।
ବଲାଙ୍ଗୀରରେ ଜିଲ୍ଲା ଦୌରାଜଜଙ୍କୁ ଗତକାଲି କୋର୍ଟରେ ପୁରାଇ ଦେଇ ନଥିଲେ ଆଇନଜୀବୀ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବୀ । ଫଳରେ ଦୌରାଜଜଙ୍କୁ ଫେରି ଯିବାକୁ ପଡିଥିଲା । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ସୋମବାର ଦିନ ୨୪ଘଂଟିଆ ବନ୍ଦ୍ ପାଳନ ପରେ ଗତକାଲିଠାରୁ ୧୦ଦିନିଆ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ । ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ୟ୍ୟ ବନ୍ଦ ରଖିବାକୁ ଘୋଷଣା କରିଥିଲା ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ ଏବେ କରୁଛନ୍ତି ଆଇନଜୀବୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 + two =