Friday, October 30, 2026
Latestରାଜ୍ୟ

କୁନ୍ଦୁଲି ଦୁଷ୍କର୍ମ ମାମଲାର ହେବ ଏସଆଇଟି ତଦନ୍ତ

କଟକ()  କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ କୁନ୍ଦୁଲି ନା ବାଳିକା ଦୁଷ୍କର୍ମ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ତଦନ୍ତ କରିବେ। ସୋମବାର ରାଜ୍ୟ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୩ ଜଣ ଡିଆଜି ସ୍ତରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯିବ ବୋଲି କୋର୍ଟ କହିଛନ୍ତି।

୧୦ ଅକ୍ଟୋବର ୨୦୧୭ ମସିହାରେ ଜନୈକା ନବମ ଶ୍ରେଣୀ ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଜବାନ ପୋଷାକ ପିନ୍ଧା ୪ ଜଣ ବ୍ୟକ୍ତି ନାବାଳିକା ପ୍ରତି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ତେବେ ପୀଡିତାଙ୍କ ଅଭିଯୋଗର ତଦନ୍ତ କରୁଥିବା ପୋଲିସ ଓ ଡାକ୍ତରୀମାଇନା କରିଥିବା ଡାକ୍ତର ଗଣ ଦୁଷ୍କର୍ମର କୌଣସି ପ୍ରମାଣ ପାଇନଥିଲେ। ତେବେ ପୀଡିତା କଟକ ଏସସିବିରେ ଦୀର୍ଘ ଦିନ ଚିକିତ୍ସିତ ହୋଇ ଘରକୁ ଫେରିଯାଇଥିଲେ। ଅଭିଯୋଗ ଆଧାରରେ ପୋଲିସ କାର୍ୟ୍ୟାନୁଷ୍ଠାନ ନ ହେବାରୁ ୨୨ ଜାନୁୟାରୀ ୨୦୧୮ ମସିହାରେ ପୀଡିତା ମାନସିକ ଭାରାସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।

Share

Leave a Reply

Your email address will not be published. Required fields are marked *

3 × five =