କୃତିତ୍ତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ

ଭୁବନେଶ୍ୱର() ଓଡ଼ିଶା କୃଷି ଭବନକୁ ବିଶ୍ୱ ମାନ୍ୟତା । ‘ଡେଜିନ’ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା କୃଷି ଭବନ । ଏଭଳି କୃତିତ୍ତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ । ସମ୍ବଲପୁରୀ ଇକ୍କତ ଓ ଶାଢ଼ୀ ଶୈଳୀରେ ବିଲ୍ଡିଂ ନିର୍ମାଣ କରାଯାଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ସୃଜନଶୀଳତାର ପ୍ରତିଫଳନ । କୃଷି କର୍ମଣ ପୁରସ୍କାର ରାଶିରୁ କୃଷି ଭବନ ନିର୍ମାଣ ହୋଇଛି । ରାଜ୍ୟର ଚାଷୀଙ୍କୁ ଏହି ଭବନ ଉତ୍ସର୍ଗ କରାଯାଇଛି । ଭବନର ଡିଜାଇନ କରିଥିଲେ ଷ୍ଟୁଡିଓ ଲୋଟସ । ଏଠାରେ କୃଷି ବିଭାଗର ଅଧିକାରୀମାନେ କାମ କରୁଛନ୍ତି । କୃଷି ଭବନ ପରିସରରେ ଗଛ ଓ ପୋଖରୀ ରହିଛି ।

ତେବେ ଓଡ଼ିଶା ଚାରି ଚାରିଥର କୃଷି କର୍ମଣ ପୁରସ୍କାର ପାଇବା ପରେ ସେଥିରୁ ଯେଉଁ ରାଶି ମିଳିଥିଲା କେନ୍ଦ୍ର ସରକାରଙ୍କ ଠାରୁ ସେଥିରେ ରାଜ୍ୟ ସରକାର ଏହି କୃଷି ଭବନ ନିର୍ମାର କରିବା ପାଇଁ ଚିନ୍ତା କରିଥିଲେ । ତାଙ୍କର ଏଭଳି ଚିନ୍ତାଧାରା ଏବେ ବିଶ୍ୱରେ ଚର୍ଚ୍ଚିତ ହୋଇଛି । ରାଜ୍ୟ ସରକାର ଆଜି କୃଷି ଭବନ ନିର୍ମାର କରିଛନ୍ତି କୃଷକ ମାନଙ୍କ ପାଇଁ । କେବଳ ଚାଷ ଏବଂ ଚାଷ ସମ୍ପର୍କିତ ଖବର ପାଇଁ ଏହି ଭବନର ନିର୍ମାଣ ହୋଇଥିଲା । ଏହାସହ ଓରିଏଣ୍ଟେସନ ପ୍ରୋଗ୍ରାମ ଏବଂ କୃଷକ ମାନଙ୍କ ସଚେତନତା ପାଇଁ ମଧ୍ୟ କାର୍ୟ୍ୟକ୍ରମ କରାଯାଉଛି । ଯେହେତୁ ଏହା କୃଷକ ମାନଙ୍କ ପାଇଁ କୃଷି ଭିତ୍ତିକ ଲକ୍ଷ ରଖି ପ୍ରସ୍ତୁତ କରାଯାଇଥିଲା ।

ସେଥିପାଇଁ ରାଜ୍ୟ ସରକାର ଏହାକୁ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସ୍ତତ କରିବା ପାଇଁ ଚିନ୍ତା କରିଥିଲେ । ଏହା ସମ୍ପୂର୍ଣ୍ଣ ଡିଜାଇନ ସମ୍ବଲପୁରୀ ଶାଢୀ ଏବଂ ଇକ୍କତ ଡିଜାଇନରେ ପ୍ରସ୍ତୁତ କରାଯାଇଥିଲା । ଯଦି ଦେଖିବା ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭବନରେ ସିମେଣ୍ଟ ବ୍ୟବହାର ବିଲକୁଲ କରାଯାଇନାହିଁ । ଇଟା ଏବଂ ମାଟିରେ ଏହି ଭବନକୁ ତିଆରି କରାଯାଇଛି । ନୂତନ ଜ୍ଞାନ କୌଶଳରେ ଏହି ଭବନଟିକୁ ନିର୍ମାଣ କରାଯାଇଛି । ଭବନ ଭିତରେ ତାପମାତ୍ରା ଠିକ୍‌ ରହିବା ପାଇଁ ପୋଖରୀ ଏବଂ ଗଛ ଲଗାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − one =