ଏଣିକି ଘରେ ବସି ପାଇପାରିବେ ଡାକ୍ତରୀ ସେବା

ଭୁବନେଶ୍ବର() ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର । ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ।

ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ତେବେ ଏହି ହେଲ୍ପଲାଇନ୍ ଆସନ୍ତାକାଲି ଦିନ ୧୧ଟାରେ ଏହି ହେଲ୍ପଲାଇନକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ପୂର୍ତ୍ତ ସଚିବ କ୍ରିଷନ କୁମାର । ତେବେ କରୋନା ଲକ୍ଷଣ ଦେଖା ଦେଉଥିଲେ ଏହି ନମ୍ବରକୁ କରିପାରିବେ । ଫୋନ୍ ଯୋଗେ ଆପଣ ଡାକ୍ତରଙ୍କ ଠାରୁ ପରାମର୍ଶ ପାଇପାରିବେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି । କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯେଗେ ଲୋକଙ୍କୁ ମେଡିସିନ୍ ପରାମର୍ଶ ଦେବାକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ଏହି ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବେ । ସେପେଟ ଜନତାଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତରଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅଭିଜ୍ଞ ଡାକ୍ତାରମାନେ www.bit.iy/Indiatelemed ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଂଜିକରଣ କରିପାରିବେ ।

 

Share

Leave a Reply

Your email address will not be published. Required fields are marked *

twenty + 14 =