ଆଦାନୀ-କିସ ଆବାସିକ ବିଦ୍ୟାଳୟ ଉଦଘାଟନ

ବାରିପଦା() ମୟୂରଭଞ୍ଜ ଜିଲ୍ଲାରେ ଉଦ୍‌ଘାଟିତ ହେଲା କିସ୍‌-ଭୁବନେଶ୍ୱରର ଏକ ଶାଖା। ବାରିପଦା ନିକଟ ବାଙ୍କିଶୋଳଠାରେ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ପ୍ରଥମ ପର୍ୟ୍ୟାୟରେ କେବଳ ମୟୂରଭଂଜ ଜିଲ୍ଲାର ୧୫ଶହ ଗରିବ ଜନଜାତି ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢିବେ। ଆଦାନୀ କିସ୍‌ରେ କେବଳ ମୟୂରଭଞ୍ଜ ଜିଲ୍ଲାର ପିଲାମାନେ ନିଯୁକ୍ତି ପାଇବେ। ଆଦାନୀ ଫାଉଣ୍ଡେସନର ଆର୍ଥିକ ସହାୟତା ଏବଂ କିସ୍‌ର ସହଭାଗିତାରେ କିସ୍‌ ଜମିରେ ପ୍ରତିଷ୍ଠିତ ଏହି ଆବାସିକ ବିଦ୍ୟାଳୟ କିସ୍‌-ଭୁବନେଶ୍ୱର ଭଳି ସଂପୂର୍ଣ୍ଣ ଆବାସିକ ଓ ନିଃଶୁଳ୍କ ଭାବେ ପରିଚାଳିତ ହେବ।

Share

Leave a Reply

Your email address will not be published. Required fields are marked *

3 × five =