ଉଠିଲା କିନ୍ନରଙ୍କ ପାଇଁ ରେଡ ଲାଇଟ ଏରିଆ ଦାବି

ଭୁବନେଶ୍ବର () ନାଗା ସାଧୁଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ମହଙ୍ଗା ପଡିଛି କିନ୍ନରଙ୍କୁ । ଆଜି ୭ ଜଣ କିନ୍ନରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କେବଳ ଏତିକି ନୁହେଁ, ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିସିପି ।

ମୌନବ୍ରତରେ ଥିବା ଜଣେ ନାଗା ସାଧୁଙ୍କୁ ଘୋଷାରି ଘୋଷାରି ଦିନ ଦିପହରେ ମାଡ ମାରିଥିଲେ କିନ୍ନର । ବାବାଙ୍କ ଉପରେ ପୋଲିସ ଉପସ୍ଥିତିରେ ହିଁ ଆକ୍ରମଣ ହୋଇଥିଲା । ଗୁରୁବାର ହୋଇଥିବା ଏଭଳି ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଘଟଣାସ୍ଥଳରେ କିଏ କିଏ ଥିଲେ, କାହିଁକି ଗଣ୍ଡଗୋଳକୁ ରୋକିଲେନି ସେନେଇ ଏସିପି ଜୋନ୍-୩ ଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

ଏଥିସହିତ ଖଣ୍ଡଗିରି ଅଂଚଳରେ ଥିବା ହିଂଜଡା ହାଟ ଉପରେ ଲାଗିଛି କଟକଣା । ଏହି ଅଂଚଳରେ ପୋଲିସ ଯାହାକୁ ଦେଖୁଛି ଉଠାଇନେଉଛି । ଖଣ୍ଡଗିରି ତପୋବନ ଅଂଚଳରେ କିଛି ଦିନ ହେଲା ନାଗା ବାବା ରହୁଥିବା ସ୍ଥାନରେ କିଛି କିନ୍ନର ଏକାଠି ହେଉଥିଲେ । ଯାହାକୁ ବିରୋଧ କରିଥିଲେ ବାବା । କିନ୍ତୁ ଗୁରବାର ବାବାଙ୍କୁ ବିରୋଧର ଫଳ ଭୋଗିବାକୁ ପଡ଼ିଥିଲା । ଗୋଡ଼ାଇ ଗୋଡ଼ାଇ ବାବାଙ୍କୁ ମାଡ଼ ମାରିଥିଲେ କିନ୍ନର ।

ବରମ୍ବାର ରାଜଧାନୀରେ ଏଭଳି ଘଟଣା ଘଟୁଥିବା ବେଳେ ଏବେ କିନ୍ନରଙ୍କୁ ଶୃଙ୍ଖଳିତ କରିବାକୁ ସେମାନଙ୍କ ପାଇଁ ଭୁବନେଶ୍ବରରେ ଏକ ରେଡ ଲାଇଟ ଏରିଆର ଦାବି ଉଠୁଛି । ଯାହାଫଳରେ କିନ୍ନର ମାନେ ଏଣେତେଣେ ବୁଲିବେ ନାହିଁ ।

Share

Leave a Reply

Your email address will not be published. Required fields are marked *

3 × 5 =