କିନ୍ନରଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର

ଭୁବନେଶ୍ୱର: କିନ୍ନରଙ୍କ ଦୁଃଖ ବୁଝିଛନ୍ତି ରାଜ୍ୟ ସରକାର । ସବୁ ବେଳେ ଅବହେଳିତ ହୋଇ ରହି ଆସୁଥିବା ରାଜ୍ୟର କିନ୍ନର ମାନଙ୍କ ପାଇଁ ଖୁସି ଖବର । ଆଜି କିନ୍ନର ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ପୋଲିସ୍ ପଦ ପଦବୀ ପାଇଁ ଆବେଦନ କରିପାରିବେ କିନ୍ନର ।

ଏବେ ରାଜ୍ୟରେ ୪୭୭ଟି ଏସଆଇଟି ପଦବୀ ବାହାରିଛି । ଯେଉଁଥିରେ କିନ୍ନରମାନେ ମଧ୍ୟ ଆବେଦନ କରିପାରିବେ ବୋଲି କୁହାଯାଇଛି । ତେବେ ବାହାରିଥିବା ଏହି ପଦବୀରେ ସଂରକ୍ଷିତ ରହିଛି କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ । ତେବେ ସମାଜରେ ବହୁ ଉଚ୍ଚ ଶିକ୍ଷିତ କିନ୍ନରମାନେ ରହିଛନ୍ତି । ସେମାନେ ଏକ ପ୍ରକାର ନିର୍ଯାଚିତ ହୋଇ ରହୁଛନ୍ତି । ଏଣୁ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

2 × three =