Friday, October 30, 2026
Latestରାଜ୍ୟ

ଖଲ୍ଲିକୋଟ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଖଲ୍ଲିକୋଟ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଟୋନମସ କଲେଜ ଭାବେ ଥିବା ଖଲ୍ଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁରର ବହୁ ପୁରାତନ କଲେଜ ହେଉଛି ଖଲ୍ଲିକୋଟ ଅଟୋନମସ କଲେଜ୍। ଏହି କଲେଜର ଛାତ୍ରଛାତ୍ରୀ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ଦକ୍ଷିଣ ଓଡ଼ିଶା ଲୋକ ଏବଂ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୂରଣ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

9 + twelve =