କିଷାନ ଥିବା ଯାଏଁ କାଳିଆ

ଭୁବନେଶ୍ୱର () କାଳିଆ ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏ ନେଇ ଗତ 30 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଠାରୁ ପିଏମ କିଷାନ ନିଧି ସହାୟତା କାଳିଆ ହିତାଧିକାରୀଙ୍କୁ ମିଳିବ ସହାୟତା ।

2019 ରବି ଋତୁ ପାଇଁ କାଳିଆ ସହାୟତା ଦିଆଯିବନି, କାରଣ ପିଏମ କିଷାନ ଯୋଜନା ଚଳିତ ବର୍ଷ ଠାରୁ କାର୍ଯ୍ୟକାରୀ ହେଉଛି । ଉଭୟ ଯୋଜନାରେ ସମନ୍ୱୟ ରକ୍ଷା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 2019-20 ଆର୍ଥିକ ବର୍ଷରେ 5000 ଟଙ୍କା ଏବଂ 2020-21 ବର୍ଷରୁ ବାର୍ଷିକ 4000 ଟଙ୍କା ଲେଖାଏଁ ବର୍ଷକୁ 10 ହଜ଼ାର ଟଙ୍କା ପ୍ରଦାନ କରାଯିବ। ପିଏମ କିଷାନ ରୁ 6000 ଏବଂ କକିଆରୁ 4000 ପ୍ରଦାନ କରାଯିବ।

ବଡ଼ ଚାଷୀ ଅନଲାଇନରେ ପଞ୍ଜିକରଣ କରି କେବଳ ପିଏମ କିଷାନ ସହାୟତା 6000 ପାଇବେ। ଭାଗଚାଷୀ ଓ ଭୂମିହୀନ ଚାଷୀ କାଳିଆ ଯୋଜନାରେ 12,500 ପରିବର୍ତେ 10 ହଜ଼ାର ଟଙ୍କା ପାଇବେ।
କୌଣସି ପ୍ରକାର ଜ଼ନପ୍ରତିନିଧି ପୂର୍ବତନ କିମ୍ବା ବର୍ତମାନ ଯଥା ମନ୍ତ୍ରୀ, ବିଧାୟକ, ସରପଞ୍ଚ, ସାଂସଦ,ମେୟର, ନିଗମ ଅଧ୍ୟକ୍ଷ ହିତାଧିକାରୀ ହେବେନାହିଁ। ଏହାସହିତ ଡାକ୍ତର, ଇଂଜିନିୟର, ଆଇନଜୀବୀ, ଚାର୍ଟର୍ଡ , ବୃତ୍ତିଗତ କ୍ରୀଡ଼ାବିତ, ଏବଂ ଅନ ବୃତ୍ତିଗତ ବ୍ୟକ୍ତି ବିଶେଷ ଉଭୟ ପିଏମ କିଷାନ ଓ କାଳିଆ ହିତାଧିକାରୀ ତାଲିକାରେ ସାମିଲ ହୋଇପାରିବେ ନାହିଁ।

ପୋୖରାଞ୍ଚଳରେ ବାସ କରୁଥିବା ଚାଷୀଙ୍କୁ ଉଭୟ ଯୋଜନାରେ ସହାୟତା ମିଳିବନି । ଯେହେତୁ ସମବାୟ ବିଭାଗ ଚାଷୀଙ୍କୁ ବିନା ସୁଧାରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ନିଷ୍ପତ୍ତି ନେଇଛି। ଏଣିକି ଆଉ କାଳିଆ ଯୋଜନରେ କୌଣସି ଋଣ ଦିଆଜିବନି କି ଆଉ ବିନା ସୁଧରେ 50 ହଜ଼ାର ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ରହିବ ନାହିଁ। ଯେହେତୁ କାଳିଆ ହିତାଧିକାରୀଙ୍କା ସଂଖ୍ୟା ବଢିଛି ସେଥିପାଇଁ ଆଉ ଗରିବ କୃଷି ପରିବାରକୁ କାଳିଆ ଯୋଜନା ସହାୟତା ମିଳିବ ନାହିଁ।

ପିଏମ କିଷାନ ଯୋଜନା ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲୁ ରହିବ।
2018-19 ପାଇଁ କାଳିଆ ହିତାଧିକାରୀଙ୍କୁ ରବି ଋତୁ ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯିବ। କାଳିଆ ଯୋଜନାର ଅନ୍ୟ ଖର୍ଚ୍ଚ ଓ ପ୍ରଶାସନିକ ବ୍ୟୟ ଛାଡି ରାଜ୍ୟରେ ଉଭୟ ଯୋଜନା କାର୍ଯ୍ୟକାରୀ କରିବାକୁ ଗଲେ ସରକାରଙ୍କୁ 2019-20 ବର୍ଷ ପାଇଁ 4587.584 କୋଟି ଏବଂ 2020-21 ବର୍ଷ ପାଇଁ 3404.0224 କୋଟି ଅତିରିକ୍ତ ପାଣ୍ଠି ସଂଗ୍ରହ କରିବାକୁ ପଡିବ। 2020-21 ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଚୂଡାନ୍ତ ତାଲିକା ଆଧାରରେ ପାଣ୍ଠି ଉପରେ ବ୍ୟୟ ଅଟକଳ କରାଯିବ।

Share

Leave a Reply

Your email address will not be published. Required fields are marked *

one × three =