ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ଦେହାନ୍ତ

ଭୋଗରାଇ () ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ତଥା ସୁଲେଖକ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆ ଯାଉଥିବାବେଳେ ରାତି ୧୨ଟା ୪୦ ମିନିଟରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ସେ ପରିଚିତ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସେ ୩-୪ ଦିନ ହେବ ଜ୍ବରରେ ପୀଡିତ ଥିଲେ । ଗତକାଲି ତାଙ୍କର କରୋନା ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିବ ଆସିଥିଲା । ସନ୍ଧ୍ୟାରେ ଅଚାନକ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଉଥିଲା । ତାଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉଶାରାଣୀ ପାତ୍ର ଏବଂ ଏକମାତ୍ର ପୁଅ ଦେବାଶିଷ ପାତ୍ର ମଧ୍ୟ ଥିଲେ ।

Share

Leave a Reply

Your email address will not be published. Required fields are marked *

three + 2 =