୨୬ରୁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖୋଲିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା, ସଶକ୍ତିକରଣ ଏବଂ ଭିନ୍ନକ୍ଷମ ବିଭାଗ ଏବଂ ଅନ୍ୟ ଘରୋଇ ଓ ସରକାରୀ ସ୍କୁଲ ଦ୍ୱାରା ପରିଚାଳିତ ସମସ୍ତ ହଷ୍ଟେଲ ଖୋଲାଯିବ । ସରକାରଙ୍କ ପକ୍ଷରୁ ଧାର‌୍ୟ୍ୟ ଏସଓପି ପାଳନ ପୂର୍ବକ ସବୁ ହଷ୍ଟେଲ ଖୋଲିପାରିବ । ଏ ସଂପର୍କରେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜଣାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଗତ ୧୭ ତାରିଖରେ ଘୋଷଣା କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 10 =