ଜେଏସ୍ପିଏଲର ଇସ୍ପାତ ର୍ନିମାଣରେ ନୂତନ ରେକର୍ଡ

ନୂଆଦିଲ୍ଲୀ() ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍‌) ଇସ୍ପାତ ର୍ନିମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି । ଅପ୍ରେଲ ମାସରେ ଜେଏସ୍ପିଏଲ୍ ୨୪୮,୦୦୦ ନିୟୁତ ଟନ୍ ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି, ଯାହାକି ଗତ ମାର୍ଚ ମାସ ତୁଳନାରେ ୧୦୯ ପ୍ରତିଶତ ଅଧିକ । ସମୁଦାୟ ବିକ୍ରୟରେ ରପ୍ତାନୀର ୭୪ ପ୍ରତିଶତ ଯୋଗଦାନ ରହିଥିଲା ।
କୋଭିଡ୍‌-୧୯ ଯୋଗୁଁ ଦେଶବ୍ୟାପୀ ଲକଡାଉନ ସତ୍ତ୍ୱେ ଜେଏସ୍ପିଏଲ୍ ଭାରତରେ ଅପ୍ରେଲ ମାସରେ ୫୫୦,୦୦୦ ନିୟୁତ ଟନ୍ ଇସ୍ପାତ ଓ ଗ୍ରାନୁଲେଟେଡ୍ ପିଗ୍ ଆଇରନ୍ ଉତ୍ପାଦନ କରି ୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଅପ୍ରେଲ ମାସରେ ଜେଏସ୍ପିଏଲ୍ ଗ୍ରୁପ ସମୁହ ୬୫୫,୦୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିଛି । କୋଭିଡ୍‌-୧୯ ସମ୍ବନ୍ଧୀୟ ଭାରତ ସରକାରଙ୍କ ଗୃହ ମନ୍ତ୍ରାଣଳୟ ନିର୍ଦ୍ଦେଶନାମା ଅନୁଯାୟୀ ଜେଏସ୍ପିଏଲ୍ ତାର ସମସ୍ତ କାରଖାନା ପରିଚାଳନା କରିବା ସହିତ ବଶ୍ୟକୀୟ ସାମାଜିକ ଦୁରତ୍ୱ ନିଶ୍ଚିନ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛି ।
ଅନୁଗୁଳ ଠାରେ ଥିବା ଭାରତର ସର୍ବବୃହତ ବ୍ଲାଷ୍ଟ ଫର୍ନେସ ଅପ୍ରେଲ ୨୦୨୦ ରେ ସର୍ବାଧିକ ୨୯୮,୦୦୦ ନିୟୁତ ଟନ୍ ହଟ୍ ମେଟାଲ୍ ଉତ୍ପାଦନ କରିଥିଲା ।
ଜେଏସ୍ପିଏଲ୍ର ପରିଚାଳନା ନିର୍ଦେଶକ ଶ୍ରୀ ଭି.ଅ ।ର. ଶର୍ମା ଏହି ସଫଳତାର ଶ୍ରେୟ ଏହାର କର୍ମଚାରୀମାନଙ୍କୁ ଦେବା ସହିତ କହିଥିଲେ ଯେ, ଭାରତୀୟ ରେଳବାଇ ଏବଂ ପୂର୍ବ ଭାରତର ବିଭିନ୍ନ ବନ୍ଦର କତ୍ତୃପକ୍ଷଙ୍କ ସହଯୋଗ ହେତୁ ଜେଏସ୍ପିଏଲ୍ ଇସ୍ପାତ ଉତ୍ପାଦନ ଜାରି ରଖିବା ସହିତ, ତାର ଉତ୍ପାଦ ରପ୍ତାନୀ କରି ମୂଲ୍ୟବାନ ବିଦେଶମୂଦ୍ରା ଆଣି ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଚେଷ୍ଠା କରୁଛି ।
ସେ ଆହୁତି ମଧ୍ୟ କହିଥିଲେ ଯେ, ଜେଏସ୍ପିଏଲ୍ ସର୍ବଦା ସୁଯୋଗର ସଦୁପୋଯୋଗ କରିବା ପାଇଁ ଚେଷ୍ଠା କରିଥାଏ, ତେଣୁ କୋଭିଡ୍ – ୧୯ ସଂକଟ ସତ୍ତ୍ୱେ ଜେଏସ୍ପିଏଲ୍ ଚୀନ୍‌, ମାଲେସିଆ, ଜର୍ମାନୀ, ସ୍ପେନ୍‌, ଇଟାଲି, ଡେନ୍ମାର୍କ, ଫ୍ରାନ୍ସ, ସାଉଦି ଆରବ, ଓମାନ, କତାର ଏବଂ ୟୁ.ଏ.ଇ ପରି ଦେଶକୁ ଇସ୍ପାତ ରପ୍ତାନୀ କରୁଛି । ଆମେ ଫ୍ରାନ୍ସରେ ଦ୍ରୁତରେଳ ପାଇଁ ରେଲ୍ ବ୍ଲୁମ୍ ଅର୍ଡର ମଧ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଛୁ ।
ଅପ୍ରେଲ୍ ମାସରେ ୩୩୫,୦୦୦ ନିୟୁତ ଟନରେ ରେକର୍ଡ କରାଯାଇଥିବା ବେଳେ, ଅବଶିଷ୍ଠ ଉତ୍ପାଦ ଗୁଡିକ ବିଭିନ୍ନ ବନ୍ଦରରେ ୨୦୨୦ ମେ ମାସରେ ରପ୍ତାନୀ ପାଇଁ ରଖାଯାଇଛି ।
ଅପ୍ରେଲ ୨୦୨୦ରେ ଜେଏସ୍ପିଏଲରେ ସାମୁଦାୟ ବିକ୍ରୟ ୪୫୬,୦୦୦ ନିୟୁତ ଟନ୍ ରେକର୍ଡ କରାଯାଇଛି । ଅପ୍ରେଲ ୨୦୨୦ରେ ଜେଏସ୍ପିଏଲରେ ଓମାନରେ ଥିବା ଇସ୍ପାତ କାରଖାନାରେ ୧୦୬,୦୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ, ୧୨୦,୦୦୦ ନିୟୁତ ଟନ୍ ଇସ୍ପାତ ବିକ୍ରୟ ହୋଇଛି ।
ଭାରତୀୟ ରେଳବାଇ ପାଇଁ ଜେଏସ୍ପିଏଲ୍ ୨୬୦ ଗ୍ରେଡ୍ ରେଳ ବିକାଶ କରିଛି । ସାଧାରଣ ରେଳର ଧାରଣ କ୍ଷମତା ୱାଗନ୍ ପିଛା ୬୪ ଟନ୍ ଥିବା ବେଳେ, ଏହି ରେଳର ଧାରଣ କ୍ଷମତା ୱାଗନ୍ ପିଛା ୭୫ ଟନ୍ ।

Share

Leave a Reply

Your email address will not be published. Required fields are marked *

14 − eleven =