Friday, October 30, 2026
Latestରାଜ୍ୟ

୪୫ ସୁନା ଦୋକାନରେ ଚଢ଼ାଉ

ଭୁବନେଶ୍ୱର()  ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନ ବୈଧମାପ ବିଜ୍ଞାନ (ଓଜନ ଓ ମାପ) ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ମାସ ୨୨ରୁ ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଚଢାଉ କରାଯାଇଥିଲା। ଏହି ୪ ଦିନରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ାଉ କରାଯାଇଛି। ସର୍ବମୋଟ ୪୫ ଦୋକାନ ଏବଂ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିବାବେଳେ ୨୯ ଦୋକାନ ଏବଂ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ବାବଦରେ ୨୭ଟି ଦୋକାନ ଓ ପ୍ରତିଷ୍ଠାନରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଅନ୍ୟ ଦୁଇଟି ପ୍ରତିଷ୍ଠାନ ଉପରେ କମ୍ପାଉଣ୍ଡିଂ ନୋଟିସ୍ ଜାରି କରାଯାଇଛି।

ରାଜଧାନୀର ୧୦ ଦୋକାନ ଓ ପ୍ରତିଷ୍ଠାନ ଉପରେ କରାଯାଇଥିବା ଚଢ଼ାଉରୁ ୮ ଦୋକାନରେ ବୈଧମାପ ବିଜ୍ଞାନ ନିୟମ ପାଳନର ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିସହିତ ଏ ବାବଦରେ ୧ ଲକ୍ଷ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Share

Leave a Reply

Your email address will not be published. Required fields are marked *

seven + eleven =