୨୦ ସହିଦଙ୍କ ଭିତରୁ ଦୁଇ ଓଡ଼ିଆ

ଭୁବନେଶ୍ବର() ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି ।

ଜଣେ କନ୍ଧମାଳ ଜିଲ୍ଲା ରାଇକିଆର ୨୮ ବର୍ଷିୟ ଚନ୍ଦ୍ରକାନ୍ତ ପ୍ରଧାନ। ସେ ୨୦୧୬ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ୨୦୨୦ ଫେବ୍ରୁଆରୀରେ ଲଦାଖରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଅନ୍ଯଜଣେ ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍। ସେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ଦୁଇ ଓଡ଼ିଆଙ୍କ ସହିଦ ଖବର ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିବାବେଳେ ଆସନ୍ତାକାଲି ମରଶରୀର ଆସି ପହଞ୍ଚିବା ନେଇ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

7 + 17 =