Friday, October 30, 2026
Latestରାଜ୍ୟ

ଜସ୍ମୀନ ପଣ୍ଡାଙ୍କ ଡକ୍ଟରେଟ୍ ଉପାଧି ଲାଭ

ଭୁବନେଶ୍ୱର: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଜସ୍ମୀନ୍
ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସି ଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସୁ ୍ୟଟିକାଲ୍ ସାଇନ୍ସେସ୍ରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ଶ୍ରୀମତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସି ଏଟ୍ ପ୍ରଫେସର ତଥା ବର୍ତମାନ ଗୀତମ ୟୁନିଭର୍ସି ଟିର ପ୍ରଫେସର ଡ. ଅଭିଷେକ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ର ସ୍ତୁତ ସନ୍ଦର୍ଭ “ଡ୍ରଗ୍ ୟୁଟିଲାଇଜେସନ୍ ଷ୍ଟଡି ଆଣ୍ଡ ରିସେପ୍ଟର ବେସ୍ଡ ଡ୍ରଗ୍ ଡିଜାଇନ୍ ୱି ଥ୍ ସିନ୍ଥେସି ସ୍ ଆଣ୍ଡ ବାୟୋଲୋଜିକାଲ୍ ଇଭାଲୁଏସନ୍ ଅଫ୍ ଆଂଟିଡିପ୍ରେସାଂଟ ଫ୍ଲେଭାରଏଡ୍ସ” ଜାଜନ୍ ୟୁନିଭର୍ସି ଟି, ସାଉଦି ଆରବିଆର ପ୍ରଫେସର ଡ. ଏସ୍ ଦୁର୍ଗାରମଣୀ ଏବଂ ଦିପସାର ୟୁନିଭର୍ସିଟି ନୂଆଦିଲ୍ଲୀର ପ୍ରଫେସର ଡ. ପ୍ରଭାତ କୁ ମାର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି ।

ଡକ୍ଟର ଜସ୍ମୀନ୍ ପଣ୍ଡା ପୁରୀ ସି ପସୁରବାଟି ନିବାସୀ ଅବସରପ୍ରାପ୍ତ ଆସି ଷ୍ଟାଂଟ ଇଞ୍ଜିନିୟର, ଶିବରାମ୍ ପଣ୍ଡା ଓ ି ବିଷ୍ଣୁପ୍ରିୟା ପଣ୍ଡାଙ୍କ ଜ୍ୟେଷ୍ଠା କନ୍ୟା ଏବଂ ସର୍ବୋଦୟନଗର, ପୁରୀ ନି ବାସୀ ଅବସର ପ୍ରାପ୍ତ ଏଗ୍ରିକଲ୍ଚରାଲ୍ ଅଫିସର ସ୍ୱର୍ଗତଃ ନୃସିଂହ ଚରଣ ପଟ୍ଟନାୟକ ଓ ଅବସର ପ୍ରାପ୍ତ ବିଏସ୍ଏନ୍ଏଲ୍ ଇଞ୍ଜିନିୟର ସ୍ୱର୍ଗତଃ ରଶ୍ମୀରେଖା ଦାସଙ୍କ କନିଷ୍ଠ ପୁତ୍ରବଧୁ ଅଟନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଡ. ସୋଭନ୍ ପଟ୍ଟନାୟକ (ଆସୋସିଏଟ୍ ପ୍ରଫେସର, ଏସ୍ପିଏସ୍ ସୋଆ ୟୁନିଭର୍ସି ଟି), ସାନ ଭାଇ ଶ୍ରୀ ବ୍ୟୋମକେଶ ପଣ୍ଡା (ଆସି ଷ୍ଟାଂଟ ମ୍ୟାନେଜର, ଓଟିଡିସି, ପୁ ରୀ), ଦେଢ଼ଶୁର ଡ. ଗୁରୁ ଦତ ପଟ୍ଟନାୟକ (ଡିନ୍, ସିୟୁଟିଏମ୍ ୟୁନିଭର୍ସଟି, ଭୁବନେଶ୍ୱର), ଝିଅ ଶ୍ରେୟାଶି ତଥା ସମସ୍ତ ପରିବାର ବର୍ଗ ଓ ସୋଆର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − eleven =