ଆନ୍ଦୋଳନକାରୀଙ୍କ ସମସ୍ୟା ଶୁଣିବେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ବର () ବିଭିନ୍ନ ସଂଗଠନ ଓ ସଂଘର ବିଭିନ୍ନ ସମସ୍ୟାର ଅନୁଧ୍ୟାନ ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଏବଂ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଛି । ଏହି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଆନ୍ଦୋଳନରତ ବିଭିନ୍ନ ସଂଗଠନ ଓ ସଂଘ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରି ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ ।

Share

Leave a Reply

Your email address will not be published. Required fields are marked *

3 × 3 =