ହକି ବିଶ୍ୱକପ୍ : ଗ୍ରୁପ-ଡି ରେ ଭାରତ

୨୦୨୩ ହକି ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍ । ହକି ମହାକୁମ୍ଭ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ଏହି କ୍ରମରେ ଗୁରୁବାର ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୧୬ଟି ଟିମଙ୍କୁ ନେଇ ପୁଲ୍ ଘୋଷଣା କରାଯାଇଛି । ମୋଟ ୪ଟି ପୁଲ୍ରେ ଚାରି ଜଣ ଲେଖାଏଁ ଟିମ୍ ରହିଛନ୍ତି । ଭାରତ ପୁଲ୍-ଡି ରେ ରହିଛି । ତେବେ ୨୦୨୩ ହକି ବିଶ୍ୱକପ୍ରେ ମୋଟ ୧୬ ଟିମ୍ ୪ଟି ପୁଲ୍ରେ ଖେଳିବେ । ପୁଲ୍-ଏ ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ରହିଛନ୍ତି । ସେହିଭଳି ପୁଲ୍-ବି ରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ ରହିଥିବା ବେଳେ ପୁଲ୍-ସି ରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍-ଡି ରେ ରହିଛନ୍ତି ଭାରତ, ଇଂଲଣ୍ଡ, ସ୍ପେନ୍ ଓ ଓ୍ୱେଲ୍ସ । ଖେଳସୂଚୀ ଜାରି ଅବସରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏଫଆଇଏଚର କାର‌୍ୟ୍ୟକାରୀ ସଭାପତି ସୈଫ ଅହମ୍ମଦ ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × three =