ଜାଣନ୍ତୁ କାହାକୁ ବାହାହେବେ ଦୀପକ ଚହର

ନୂଆଦିଲ୍ଲୀ: ବଲିଉଡ ଏବଂ କ୍ରିକେଟ ସହିତ ପୁରୁଣା ସଂପର୍କ। ଅଭିନେତା ଶର୍ମିଲା ଟାଗୋର ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା, ଗୀତା ବାସରା, ହେଜଲ ଭଳି ଅଭିନେତ୍ରୀ କ୍ରିକେଟରଙ୍କୁ ବିବାହ କରି ଖୁସିରେ ଘର ବସାଇଛନ୍ତି। ଏମିତି ସ୍ଥଳେ ଆଉ ଏକ ନାମ ଯୋଡି ହେବାକୁ ଯାଇଛି। କ୍ରିକେଟର ଦୀପକ ଚହର ବିଗବସ୍ ଫେମ୍ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ ଜୟା ଭରଦ୍ବାଜଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ଜୟା ଭରଦ୍ବାଜ କର୍ପୋରେଟ ଫର୍ମ କାମ କରନ୍ତି ତେଣୁ ଗ୍ଲାମର ଲାଇମଲାଇଟକୁ ଦୂରେଇ ରୁହନ୍ତି। ଦୀପକ ନିଜ ସମ୍ପର୍କକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି। ଦୀପକ ନିଜ ଟିମ୍ ମେମ୍ବରଙ୍କ ସହିତ ଜୟାଙ୍କୁ ସାକ୍ଷାତ କରିସାରିଲେଣି। ଆଇପିଏଲ ସରିବା ପରେ ଦୁହିଁଙ୍କର ନିର୍ବନ୍ଧ ହେବ।
ସୂଚନାଯୋଗ୍ୟ, ଟି-୨୦ ସିରିଜ ସମୟରେ ବାଲାଂଦେଶ ବିପକ୍ଷରେ ଖେଳି ୭ ରନ ଦେଇ ୬ ୱିକେଟ ନେଇଥିଲେ। କିନ୍ତୁ ଏବେ ସେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଗତ କିଛିଦିନ ହେଲାଣି ସେ ଜୟାକୁ ଡେଟ୍ କରୁଥିଲେ।

Share

Leave a Reply

Your email address will not be published. Required fields are marked *

19 + 17 =