ପାଠକ ବାପ ପୁଅଙ୍କୁ ହାଇକୋର୍ଟଙ୍କ ଜାମିନ୍

ଭୁବନେଶ୍ୱର: ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ | ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଉଭୟ ବାପ ପୁଅଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଛି।

ଫେବୃଆରୀ ୨୪ ତାରିଖରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ପାଠକ ବାପ ପୁଅଙ୍କୁ ମଧ୍ୟ ଜାମିନ୍ ମିଳିଯାଇଛି।

Share

Leave a Reply

Your email address will not be published. Required fields are marked *

5 × 3 =