ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ ପଜିଟିଭ୍ ରିପୋର୍ଟ

ଭୁବନେଶ୍ୱର: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ସମୟରେ ଆକ୍ରାନ୍ତଙ୍କ ପାଇଁ ବଦଳିଛି ହସ୍ପିଟାଲର ନିୟମ । ଏଣିକି ହସ୍ପିଟାଲରେ ଆଡମିସନ ପାଇଁ ଆଉ ଦରକାର ନାହିଁ କୋଭିଡ୍ ପଜିଟିଭ୍ ରିପୋର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟମ ବଦଳାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ କୋଭିଡ୍ ପଜିଟିଭ ହେବା ପରେ ରିପୋର୍ଟ ନଥିଲେ କୋଭିଡ୍ ହସ୍ପିଟାଲରେ ଆଡମିସନ କରାଯାଉନଥିଲା । ଫଳରେ ଅନେକ କୋଭିଡ୍ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେଉଥିଲେ । ଏପରିକି ବିଭିନ୍ନ ସ୍ଥାନରେ କରୋନା ରୋଗୀଙ୍କୁ ଆଡମିସନ କରାନଯିବାରୁ ସେମାନେ ହସ୍ପିଟାଲ ବାହାରେ ଛଟପଟ ହେଉଥିବାର ଖବର ସାମନାକୁ ଆସିଥିଲା । ଏହାକୁ ଏଡାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

five + 3 =