ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି

ଭୁବନେଶ୍ୱର()  ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂଜା କମିଟିଙ୍କୁ ଆଶ୍ୱସ୍ତି । ଯେଉଁ ୯ଟି ପୂଜାକମିଟି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନଙ୍କ ମୂର୍ତ୍ତିକୁ ପୂଜା କରିବାର ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏହି ନିଷ୍ପତ୍ତି ସହିତ ଦୁଇଟି ସର୍ତ୍ତ ଜାରି କରିଛନ୍ତି କୋର୍ଟ । ମାମଲାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ପୂଜା ପରେ ମୂର୍ତ୍ତିକୁ ସରକାର ବିସର୍ଜନ କରିବେ । ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ୪ ଫୁଟ ଉଚ୍ଚତାର ମୂର୍ତ୍ତି କରିବା ପାଇଁ ନିଦେ୍ର୍ଧଶାବଳୀ ଜାରି କରାଯାଇଥିଲା । ତେବେ ଏହାକୁ ଚ୍ୟାଲେଞ୍ଜ କରି ୯ଟି ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ପିଟିସନର ଶୁଣାଣି କରି ଏଜିଙ୍କୁ ମାମଲାର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ କୋର୍ଟ ।

Share

Leave a Reply

Your email address will not be published. Required fields are marked *

eight + twenty =