Thursday, October 29, 2026
Latestରାଜ୍ୟ

୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହାଇଟେକ୍ ମେଡିକାଲର ଜଣେ ଅଧିକାରୀ ଗିରଫ

ମେଡିକାଲ୍ କଲେଜ୍ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ। ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଝାଡ଼ଖଣ୍ଡ ପୁଲିସ୍ ଗିରଫ କରିଛି। ଆଜି ତିରୁପତିଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍।
୨୦୧୩ ମସିହାରେ ହାଇଟେକ୍ ମେଡିକାଲ୍ କଲେଜ୍ରେ ନାମ ଲେଖାଇବା ପାଇଁ ଝାଡ଼ଖଣ୍ଡର ବୋକାର ଅଞ୍ଚଳର ରାମଧର ପ୍ରତୀକ ନାମକ ଜଣେ ଛାତ୍ରଙ୍କ ପାଖରୁ ତିରୁପତି ୫ଲକ୍ଷ ଟଙ୍କା ନେଇଥିଲେ। ତେବେ ସେ ନାଁ ଲେଖାଇ ପାରି ନଥିଲେ।
ଏହା ପରେ ତିରୁପତିଙ୍କୁ ରାମଧର ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ତିରୁପତି ଟଙ୍କା ଫେରାଇ ନଥିଲେ। ଏହା ପରେ ସେ ତିରୁପତିଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

seventeen + 17 =