୮ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଡଘଡି ଏବଂ କାଳବୈଶାଖି ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ. କେନ୍ଦ୍ରାପଡା ମୟୁରଭଂଜ, ଯାଜପୁର, ଜଗତସିଂପୁର,ଖୋର୍ଦ୍ଧା ଓ କଟକ ।

ସେପଟେ ରାଜ୍ୟରେ ମୌସୁମୀ ବାୟୁ ସ୍ୱାଭାବିକ ରହିଛି। ତାହା ସହିତ ରାଜସ୍ଥାନରୁ ବଙ୍ଗୋପସାଗର ଯାଏ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

19 − 15 =